| 2851 |
ଅନଧ୍ୟାୟ |
Also : [ ଅନଧ୍ୟାୟ ଦିବସ ]
- Anadhyāya (ସଂ.ବି.) - ଯେଉଁ ଦିବସ ବା ସମୟରେ ପାଠ ପଢ଼ିବା ସ୍କୃତି ଆଦିରେ ନିଷିଦ୍ଧ The day or days in which the Ṡāstras lay down intermission of studies.
|
| 2852 |
ଅନନୁକରଣୀୟ |
- Ananukaraṇīya (ସଂ.ବିଣ.) - ଯାହାକୁ କେହି ଅନୁକରଣ କରି ନ ପାରେ Inimitable.
- ଯାହା ଅନୁକରଣ କରିବା ଅନୁଚିତ Not fit to be imitated or followed.
|
| 2853 |
ଅନନୁଗୁଣତା |
- Annanuguṇatā (ସଂ.ବି.) - ରଚନାରେ ଶବ୍ଦଦୋଷବିଶେଷ; ବାକ୍ୟରେ ରସପ୍ରତିକୂଳ ବର୍ଣ୍ଣପ୍ରୟୋଗ A defect in composition. (ଯଥା - କରିଛୁ ଖର୍ବ ସୁପର୍ବ ପର୍ବସୁଧାଂଶୁମୁଖୀଗଣଙ୍କ ଗର୍ବ ସର୍ବାଂସହାରେ କେ ରହିବ ମାନି - କୁଳମଣି ଦାଶ।)
|
| 2854 |
ଅନନୁଜ୍ଞାତ |
- Ananujn̄āta (ସଂ.ବିଣ.) - ଯାହା ଅନୁଜ୍ଞାତ ହୋଇ ନ ଥାଏ; ଯହିଁଙ୍କର ଅନୁମତି ମିଳି ନ ଥାଏ Not permitted.
- ଅନାଦିଷ୍ଟ; ଅନାହୂତ; ଅନନୁରୁଦ୍ଧ Unasked.
- ଅସ୍ୱୀକୃତ Denied.
|
| 2855 |
ଅନନୁଭୂତ |
- Ananubhūta (ସଂ.ବିଣ.) - ଅନୁଭବ କରାଯାଇ ନ ଥିବା Not experienced.
- ଅଜ୍ଞାତ Unknown.
- ଇନ୍ଦ୍ରିୟାଦି ଦ୍ୱାରା ଉପଲବ୍ଧି ହୋଇ ନ ଥିବା Not perceived by the senses.
|