| 2856 |
ଅନନୁମତ |
- Ananumata (ସଂ.ବିଣ.) - ଯାହା ମତ ଅନୁଯାୟୀ ନୁହେ; ଇଚ୍ଛାବିରୁଦ୍ଧ Against one's wish.
- ନ ଅନୁମୋଦିତ Disapproved; not liked.
- ଅନୁପଯୁକ୍ତ Unfit.
|
| 2857 |
ଅନନୁମିତ |
- Ananumita (ସଂ.ବିଣ.) - ଅନୁମିତ ହୋଇ ନ ଥିବା Not guessed; not inferred.
|
| 2858 |
ଅନନୁରୂପ |
- Ananurūpa (ସଂ.ବିଣ.) - ଅନୁପଯୋଗୀ Unsuitable.
- ବିଷମ; ଅମେଳ Incongruous.
|
| 2859 |
ଅନନୁଷ୍ଠାନ |
- Ananushṭhāna (ସଂ.ବି.) - ଅକରଣ Non-performance.
- ଅପାଳନ Nonobservance.
|
| 2860 |
ଅନନ୍ତ |
- Ananta (ସଂ.ବିଣ.) - ଅସୀମ Boundless.
- ଯାହାର ଶେଷ ନାହିଁ; ଅଶେଷ Endless.
- ଚିର; ନିତ୍ୟ Eternal; infinite.
- ଅକ୍ଷୟ; ଅବିନଶ୍ୱର Indestructible.
- (ସଂ.ବି.) - ଭଗବାନ; ବିଷ୍ଣୁ God; a name of Bishṇu
- ଶେଷ ନାଗ; ବାସୁକୀ The mythological serpent holding up the Universe.
- ବ୍ରହ୍ମ The Divine Soul.
- କୃଷ୍ଣ A name of a Kṛushṇa.
- ବଳଦେବ A name of Kṛushṇa's brother.
- ଶିବ; ମହାଦେବ God Ṡiba.
- ବିଶ୍ୱେଦେବାବିଶେଷ One of the Biṡwedebās.
- ଚତୁର୍ଦ୍ଦଶ ଅର୍ହତ Name of the 14th Buddhist Sage.
- ଆକାଶ The sky.
- ସିନ୍ଧୁବାର; ବେଗୁନିଆ ଗଛ A tree Vitex Trifolia.
- ଗୁଳୁଚି (ଲତା) a creeper Guḻuchi
- ମେଘନାଳ; ଅଭ୍ର Talc.
- ଶ୍ରବଣା ନକ୍ଷତ୍ର The 23rd lunar asterism.
- ପରମମୋକ୍ଷଗତି Final beatitude.
- ଅନନ୍ତବ୍ରତରେ ଡାହାଣ ବାହୁରେ ବନ୍ଧାଯିବା ରେସମ ସୂତା A sliken cord tied round the right arm at the Anantabrata festival.
- 'ଆ' ଅକ୍ଷର The letter 'Ā'.
- ବାହୁରେ ପିନ୍ଧା ଯିବା ସରୁ ଖଡ଼ୁ ପରି ଆଭରଣ Armlet.
- ଲୋକଙ୍କ ନାମ A name given to males.
- ସାରଳା ଦାସଙ୍କ ଚଣ୍ଡୀପୁରାଣୋକ୍ତ ରାଜାବିଶେଷ Name of a king.
- ଚୈତନ୍ୟଙ୍କ ପଞ୍ଚସଖା ମଧ୍ୟରୁ ଜଣେ One of the five intimate friends of Cha̲i̱tanya.
- ଅଚ୍ୟୁତାନନ୍ଦ ଦାସଙ୍କ ଗୁରୁଭକ୍ତିଗୀତାରେ ବର୍ଣ୍ଣିତ ଦ୍ୱାଦଶ ଗୋପାଳଙ୍କ ମଧ୍ୟରୁ ଜଣେ Name of one of the 14 cowherd devotees mentioned by Achyutānanda.
- ସାରଳା ଦାସଙ୍କ ଚଣ୍ଡୀପୁରାଣୋକ୍ତ ଦ୍ୱୀପବିଶେଷ Name of a mythological island.
|