| 2841 |
ଅନଧିକାର ପ୍ରବେଶ |
- Anadhikāra prabeṡa (ସଂ.ବି.) - ଅଧିକାର ବା ସ୍ୱତ୍ୱ ନ ଥିବା ସ୍ଥଳରେ ପଶିବା Trespass; entrance into a place where one has no right to go.
|
| 2842 |
ଅନଧିକାରୀ |
- Anadhikārī (ସଂ.ବିଣ.) - ଯେ ହକ୍ଦାର ନୁହେଁ Not entitled to.
|
| 2843 |
ଅନଧିକୃତ |
- Anadhikṛutta (ସଂ.ବିଣ.) - ଅଧିକାରୀରୂପେ ଭାରପ୍ରାପ୍ତ ହୋଇ ନ ଥିବା Not placed in charge of.
- ଦଖଲ କରାଯାଇ ନ ଥିବା Not possessed.
- ଉତ୍ତରଧିକାରୀରୂପେ ପ୍ରାପ୍ତ ହୋଇ ନ ଥିବା Not inherited.
- ଦାବୀ କରାଯାଇ ନ ଥିବା Unclaimed.
- ଅନିଯୁକ୍ତ; ମୁକରର କରାଯାଇ ନ ଥିବା Not appointed.
|
| 2844 |
ଅନଧିଗତ |
- Anadhigata (ସଂ.ବିଣ.) - ଅପ୍ରାପ୍ତ Not obtained; not attained. (ଯଥା - ଅନଧିଗତ ମନୋରଥ।)
- ନ ଅର୍ଜିତ Not acquired.
- ଅଜ୍ଞତା; ଅବିଦିତ Unknown.
- ଅପଠିତ Unread; unlearnt. (ଯଥା - ଅନଧିଗତ ଶାସ୍ତ୍ର)
- ଯେଉଁ ସ୍ଥାନରେ ପହଞ୍ଚାଯାଇ ନ ଥାଏ Not reached (place)
|
| 2845 |
ଅନଧିଗମନ |
Also : [ (ବିଣ.) ଅନଧିଗମନୀୟ, ଅନଧିଗମ୍ୟ, ଅନଧିଗତ ]
- Anadhigamana (ସଂ.ବିଣ.) - ଅପ୍ରାପ୍ତି Non-attainment; non-receipt.
- ନ ପହଞ୍ଚିବା Non-arrival.
- ଅର୍ଜନ ନ କରିବା Non-acquisition.
|