| 2711 |
ଅଧ୍ବଶ୍ରାନ୍ତ |
- Adhwaṡranta (ସଂ.ବିଣ.) - ବାଟ ଚାଲିବା ଦ୍ୱାରା କ୍ଳାନ୍ତ wearied by travelling.
|
| 2712 |
ଅଧ୍ବାନ୍ତ |
- Adhwānta (ସଂ.ବି.) - ସାମାନ୍ୟ ଅନ୍ଧାର; ମାଛି ଅନ୍ଧାର; ମୁହଁ ଅନ୍ଧାର Twilight; slight darkness.
- ଛାଇ Shade.
- (ଅଧ୍ୱ+ଅନ୍ତ) ଯାତ୍ରା ବା ଭ୍ରମଣର ଶେଷ End of the journey.
- ମାର୍ଗର ସୀମା The limit of a road.
|
| 2713 |
ଅଧ୍ବାନ୍ତଶାତ୍ରବ |
Category : [ Plant ]
- Adhwāntaṡātraba (ସଂ.ବି.) - (ଏହା ଛାଇରେ ଫୁଲ ଫୁଟୁଥିବାରୁ) ଫଣଫଣା; ଶ୍ୟୋନାକ A plant; Cassia Fistula or Bignonia Indica.
|
| 2714 |
ଅଧ୍ୟକ୍ଷ |
- Adhyaksha (ସଂ.ବିଣ.) - ଇନ୍ଦ୍ରିୟ ଗୋଚର; ପ୍ରତ୍ୟକ୍ଷ Perceptible to the senses.
- ଦୃଶ୍ୟ Visible.
- ତନଖି କରିବାବାଲା Exercising supervision; supervising.
- ନିୟନ୍ତ୍ରଣକାରୀ Guiding; presiding over.
- (ସଂ.ବି.) - ତନଖି କରିବା ପ୍ରଧାନ ବ୍ୟକ୍ତି; (ଯଥା - ଗଜାଧ୍ୟକ୍ଷ) Supervisor; foreman.
- ପ୍ରଭୁ; ସ୍ୱାମୀ; ଅଧିପତି Master; lord.
- ମୁଖ୍ୟ ବା ପ୍ରଧାନ ବ୍ୟକ୍ତି; ସର୍ଦ୍ଦାର Headman; chief. (ଯଥା - ଗ୍ରାମାଧ୍ୟକ୍ଷ; ଦାନାଧ୍ୟକ୍ଷ।)
- ପ୍ରଧାନ ଶିକ୍ଷକ Head master; Principal.
- ସଭାପତି President.
- କାର୍ଯ୍ୟାଧ୍ୟକ୍ଷ Superintendent.
- ତଦାରଖ କରିବା ହାକିମ Inspector.
- ଶାସକ; ଅଧୀଶ୍ୱର Ruler; king.
- ଅଧିକାର ବା ଭାରପ୍ରାପ୍ତ ବ୍ୟକ୍ତି A person in charge. (ଯଥା - ଦ୍ୱାରାଧ୍ୟକ୍ଷ।)
- ପରିଚାଳକ Director; controller. (ଯଥା - ସେନାଧ୍ୟକ୍ଷ।).
- କ୍ଷୀରିକା ଗୁଳ୍ମ; ଖିରିକୋଳି ଗଛ A plant; Mimusops kauki.
- (ବୈଦିକ) ଆଖିରେ ଦେଖିଥିବା ସାକ୍ଷୀ An eye-witness.
|
| 2715 |
ଅଧ୍ୟକ୍ଷର |
- Adhyakshara (ସଂ.ବି.) - (ଅଧି+ଅକ୍ଷର; ପ୍ରଧାନ ଅକ୍ଷର) ଓଁ; ପ୍ରଣବ The mystic syllable 'Om'
- (ସଂ.ଅ.) - (ଅଧି+ଅକ୍ଷର; ଅକ୍ଷରକୁ ଅଧିକାର କରି) ଅକ୍ଷର ବିଷୟକ Relating to letters or syllables.
- (ଅଧି=ଉପରେ+ଅକ୍ଷର) ଅକ୍ଷରମାନଙ୍କ ଉପରେ Above all letters.
|