| 2716 |
ଅଧ୍ୟଗ୍ନି |
- Adhyagni (ସଂ.ଅ.) - ବିବାହକାଳୀନ ହୋମାଗ୍ନି ସମ୍ମୁଖରେ ବା ନିକଟରେ Over or by the nuptial fire.
- (ସଂ.ବି.) - (ବିବାହବେଦୀରେ ହୋମାଗ୍ନି ସମକ୍ଷରେ ପ୍ରଦତ୍ତ ବା ଅଙ୍ଗୀକୃତ ହେବାରୁ) ୬ ପ୍ରକାରର ସ୍ତ୍ରୀ ଧନ ମଧ୍ୟରୁ ଏକତମ; ବିବାହବେଦୀରେ ହୋମାଗ୍ନି ସମ୍ମୁଖରେ ପିତା ମାତା ସ୍ୱାମୀ ଓ ଭ୍ରାତା କନ୍ୟାକୁ ଯେଉଁ ଧନ ଉପହାର ଦିଅନ୍ତି (Hindu law) A gift made to a girl at marriage i.e., before the nuptial fire.
- (ମନୁ -9-194)।
|
| 2717 |
ଅଧ୍ୟଂଚ୍ |
- Adhyaṁch (ସଂ.ବିଣ.) - ଉପରକୁ ଉଠୁଥିବା Tending upwards.
- ଅଗ୍ରସର ହେଉଥିବା Advancing.
- ପ୍ରଧାନ; ଉତ୍କୃଷ୍ଟ Superior; eminent.
- ପୂଜ୍ୟ Adorable.
- ଯେ ପାଏ Obtaining.
- ଅର୍ଜନକାରୀ Acquiring.
|
| 2718 |
ଅଧ୍ୟଣ୍ଡା |
Category : [ Plant ]
- Adhyaṇḍa (ସଂ.ବି.) - (ଏହାର ବୀଜମାନ ଅଣ୍ଡାକାର ଥିବାରୁ) ଅଜଶୃଙ୍ଗୀ ଗୁଳ୍ମ A plant. Carpopogon Pruriens.
- ଭୁମ୍ୟାମଳକୀ; ଭୁଇଁ ଅଅଁଳା A plant; Flacourtia cataphrracta.
|
| 2719 |
ଅଧ୍ୟଧୀନ |
- Adhyadhīna (ସଂ.ବିଣ.) - ସମ୍ପୂର୍ଣ୍ଣରୂପେ ବଶୀଭୂତ (ଯଥା - ଦାସ) Completely subject or dependent.
|
| 2720 |
ଅଧ୍ୟବସାନ |
- Adhyabasāna (ସଂ.ବି.) - ସଂକଳ୍ପ Resolve; determination.
- ଚେଷ୍ଟା Effort; attempt.
- (ଅଳଙ୍କାର ଶାସ୍ତ୍ର) ଅକର୍ମ ସାଧନାର୍ଥ ସଂକଳ୍ପ Resolution; determination.
- ମାନସିକ ଚେଷ୍ଟା Mental effort.
- (ଅଳଙ୍କାର) ସଂକ୍ଷପ୍ତ ଓ ଓଜସ୍ୱିନୀ ଭାଷା concise and forcible language.
|