| 2721 |
ଅଧ୍ୟବସାୟ |
- Adhyabasāya (ସଂ.ବି.) - ଅବିଶ୍ରାନ୍ତ ଉଦ୍ଯୋଗ ବା ଯତ Diligence; perseverance; steady application.
- କର୍ମ ସାଧନାର୍ଥ ସଂକଳ୍ପ Resolution; determination.
- (ଅଳଙ୍କାର) ଅଭୁକ୍ତି ଅଳଙ୍କାରବିଶେଷ; ପ୍ରକୃତ ଓ ଅପ୍ରାକୃତ ବସ୍ତୁଦ୍ୱୟଙ୍କୁ ଏପରି ମିଳାଇ କରି ବର୍ଣ୍ଣନାକରିବା ଯହିଁରେ ପ୍ରକୃତ ଅପ୍ରାକୃତର ପ୍ରଭେଦ ଧରାପଡ଼େ ନାହିଁ (Rhetoric) A figure of speech. Identification of two things (one real and the other unreal) in such a manner that the one is completely absorbed in the other.
- ମାନସିକ ଚେଷ୍ଟା Mental effort.
- ସଂଭାବନ; ଆଶଙ୍କା Apprehension.
[ ଦ୍ର ] ଏହି ସମ୍ମିଳନର ଫଳରେ ଅତିଶୟୋକ୍ତି ଏବଂ ଲକ୍ଷଣା ଅଳଙ୍କାରମାନ ହୁଏ। ପ୍ରକୃତ ବିଷୟକୁ ନ କହି ଉପମାନଦ୍ୱାରା ତାହାର ଅଭେଦ କଳ୍ପନା କରିବାର ନାମ ଅଧ୍ୟବସାୟ। ଏହା ଦୁଇ ପ୍ରକାରର - ସିଦ୍ଧ ଓ ସାଧ୍ୟ; ଯେଉଁ ଅଧ୍ୟବସାୟ ନିଶ୍ଚିତରୂପେ ପ୍ରତୀତ ହୁଏ ତାହା ସିଦ୍ଧ ଏବଂ ଯେଉଁଠାରେ ଏହାର ନିଶ୍ଚିତ ପ୍ରତୀତ ନ ହୁଏ ତାକୁ ସାଧ୍ୟ ବୋଲାଯାଏ। ସିଦ୍ଧ ଅଧ୍ୟବସାୟ ଅତିଶୟୋକ୍ତି ଅଳଙ୍କାରରେ ପରିଣତ ହୁଏ। ସାଧ୍ୟ ଅଧ୍ୟବସାୟ ସ୍ଥଳରେ ଅଭିଶୟୋକ୍ତି ନ ହୋଇ ଲକ୍ଷଣା ବା ଉତ୍ପ୍ରେକ୍ଷାଳଙ୍କାର ହୁଏ। - (ଅଳଙ୍କାର ତରଙ୍ଗିଣୀ)
|
| 2722 |
ଅଧ୍ୟବସାୟିତ |
- Adhyabasāyita (ସଂ.ବି.) - ଚେଷ୍ଟିତ Attempted.
|
| 2723 |
ଅଧ୍ୟବସାୟୀ |
- Adhyabasāyī (ସଂ.ବିଣ.) - ଅବିଶ୍ରାନ୍ତ ଯତ୍ନଶୀଳ Preserveing.
- ଉଦ୍ୟମୀ Energetic.
- ଦୃଢ଼ପ୍ରତିଜ୍ଞ Resolute.
|
| 2724 |
ଅଧ୍ୟବସିତ |
- Adhyabasita (ସଂ.ବିଣ.) - ଚେଷ୍ଟିତ Attempted.
- ସଂକଳ୍ପିତ Resolved; determined.
- ଆଶଙ୍କିତ Apprehended.
- ସ୍ଥିରୀକୃତ Ascertained.
|
| 2725 |
ଅଧ୍ୟବହନନ |
- Adhyabahanana (ସଂ.ବି.) - ଥରେ କୁଟାଯାଇ ଚୋପା କଢ଼ାଯାଇଥିବା ପଦାର୍ଥକୁ ଆଉଥରେ କୁଟିବା; କାଣ୍ଡିବା; ପୂର୍ବା -ବଘାତଦ୍ୱାରା ବିତୁଷୀକୃତ ପଦାର୍ଥର ପୁନରବଘାତ Beating again what has once been threshed and peeled.
|