| 2631 |
ଅଧୀତି |
Also : [ ଅଧୀତା ]
- Adhīti (ସଂ.ବି.) - ଅଧୀତର ସ୍ତ୍ରୀ ଲିଙ୍ଗ Feminine of Adhīta
- ପାଠପଢ଼ା; ଅଧ୍ୟୟନ; ବିଦ୍ୟାପାଠ Study.
- ପାଠ; କୌଣସି ବିଷୟକୁ ପଢ଼ିଯିବା Perusal.
- ବିଦ୍ୟା Learning.
- ଶିକ୍ଷା Instruction; training.
- ଅଧ୍ୟାପନ; ଶିକ୍ଷକଙ୍କ ଦ୍ୱାରା ବିଦ୍ୟାଦାନ କର୍ମ Tuition; imparting of education; lecture by a teacher.
- ସ୍ମରଣ Remembrance; recollection.
|
| 2632 |
ଅଧୀତୀ |
- Adhītī (ସଂ.ବି.) - ଛ୍ରାତ୍ର; ଶିଷ୍ୟ; ବିଦ୍ୟାର୍ଥୀ Student; pupil; scholar.
- ନିର୍ଦ୍ଦିଷ୍ଟ ପାଠକ୍ରମ ସମାପ୍ତକରିଥିବା ଛ୍ରାତ୍ର A graduate; a student who has completed a course of studies.
- (ସଂ.ବିଣ.) - ଉତ୍ତମରୂପେ ଶିକ୍ଷିତ Well-read; well versed in.
- ବିଦ୍ୟାରେ ପାରଦର୍ଶୀ Proficient in.
- ମୁହଁରେ ଘୋଷୁଥିବା Muttering; engaged in repeating (texts).
|
| 2633 |
ଅଧୀନ |
- Adhīna (ସଂ.ବିଣ.) - (ଯେ ପ୍ରଭୃର ଅଧିଗତ) ବଶବର୍ତ୍ତୀ, ଅନୁଗତ; ଆଶ୍ରିତ Subservient to; dependent on.
- ଆଜ୍ଞାଧୀନ Obedient to.
- ବାଧ୍ୟ Obliged to.
- ଅଧିକାରଭୁକ୍ତ Under the control or authority of.
- (ଦେ.ବି.) - ହୀନ ବା ବିନୀତ ଭୃତ୍ୟ; ସେବକ Humble servant.
- ଅଧୀନସ୍ଥ ବ୍ୟକ୍ତି Subordinate person.
- ଅଧୀନା - (ସ୍ତ୍ରୀ)
- ଅଧୀନତା - (ବି)
[ ଦ୍ର ] ନିମ୍ନସ୍ଥ କର୍ମଚାରୀ, ଭୃତ୍ୟ, ଛାତ୍ରମାନେ ଗୁରୁ ଓ ମାନ୍ୟସ୍ପଦ ବ୍ୟକ୍ତିଙ୍କୁ ପତ୍ର ଲେଖିଲାବେଳେ ନିଜ ସମ୍ବଦ୍ଧରେ 'ମୁଁ' 'ଆମ୍ଭେ' ପ୍ରୟୋଗ ନ କରି ତୃତୀୟ ପୁରୁଷରେ 'ଅଧୀନ' ପ୍ରୟୋଗ କରନ୍ତି।
|
| 2634 |
ଅଧୀନତା |
- Adhīnatā (ସଂ.ବି.) - ଆନୁଗତ୍ୟ; ପରତନ୍ତ୍ରତା; ବଶ୍ୟତା Subjection; subservience.
- ଆଜ୍ଞାନୁବର୍ତ୍ତିତା Allegiance; obedience.
- ଦାସ୍ୟ; ଭୃତ୍ୟତା Servitude.
- ନିମ୍ନରେ ରହିବା ଅବସ୍ଥା; ଅଧିକାରତଳେ ଥିବା ଅବସ୍ଥା Subordination.
- ଦୀନତା Humbleness; humility.
|
| 2635 |
ଅଧୀନସ୍ଥ |
- Adhīnastha (ଦେ.ବିଣ.) - ବଶବର୍ତ୍ତୀ Subservient.
- ଅଧିକାରରେ ସ୍ଥିତ Under the authority or control of.
- ନିମ୍ନସ୍ଥ Subordinate.
[ ଦ୍ର ] ବ୍ୟାକରଣ ନିୟମାନୁସାରେ ଏ ଶବ୍ଦଟି ଅଶୁଦ୍ଧ ଅଟେ। ଏହା ବଦଳରେ ଅଧୀନ ଲେଖିବା ଉପଯୁକ୍ତ ହେବ।
|