| 2641 |
ଅଧୀଷ୍ଟ |
- Adhīshṭa (ସଂ.ବିଣ.) - ମାଗଣା; ଅବୈତନିକ Honorary.
- ପ୍ରାର୍ଥିତ Solicited.
- ସତ୍କାରପୂର୍ବକ ନିୟୋଜିତ Engaged with due respect.
- (ସଂ.ବି.) - ଅବୈତନିକ ବା ମାଗଣା କାମ ବା ଚାକିରୀ Honorary office or duty.
- କୌଣସି ବ୍ୟକ୍ତିକୁ ସତ୍କାର ପୂର୍ବକ କୌଣସି କାର୍ଯ୍ୟରେ ଲଗାଇବା Engaging or appointing a person to some position with due respect and honour.
|
| 2642 |
ଅଧୁଆ |
- Adhuā (ଦେ.ବିଣ.) - (ସଂ. ଅଧୌତ) ଅଧୌତ Unwashed.
- ଅପରିଷ୍କୃତ Uncleansed.
- (ଦେ.ବି.) - ଅପର୍ତ୍ତିଆଣିର ନାମବିଶେଷ A name given to Apartiāṇi boys.
|
| 2643 |
ଅଧୁଆମୁହଁ |
- Adhuāmuhañ (ଦେ.ବି.) - ଭୋଜନ ପରେ ଧୌତ ହୋଇ ନଥିବା ମୁଖ Mouth unwashed or unrinsed after meal.
- ଶୟନରୁ ଉଠି ଧୌତ ହୋଇ ନ ଥିବା ମୁଖ Face not washed after rising from sleep.
|
| 2644 |
ଅଧୁଆମୁହାଁ |
- Adhuāmuhāñ (ଦେ.ବିଣ.) - ଯେଉଁ ବ୍ୟକ୍ତି ଖାଇ ସାରିବା ପରେ ମୁହଁ ଧୋଇ ନ ଥାଏ One who has not washed his mouth and face after meal.
- ଯେଉଁ ବ୍ୟକ୍ତି ସକାଳୁ ଶଯ୍ୟା ତ୍ୟାଗ କଲାପରେ ମୁହଁ ଧୋଇ ନ ଥାଏ One who has not washed his face after rising from bed in the morning.
- ଯେଉଁ ବ୍ୟକ୍ତି ପ୍ରତି ଦିନ ସକାଳ ଶଯ୍ୟାରୁ ଉଠିବା ମାତ୍ରେ ମୁହଁ ଧୁଏ ନାହିଁ A person not accustomed to wash his face (the first thing in the morning).
|
| 2645 |
ଅଧୁଆରି |
Also : [ ଅଧୁଆଳି, ଅଧିଆଳି, ଅଧାଳି. ଅଧାଳିଆ ]
- Adhuāri (ଗ୍ରା.ବିଣ.) - ଅଧାଡୁଆ, ଅର୍ଦ୍ଧପକ୍ୱ Half-ripe.
- ଅଧାବୟସିଆ Middle aged.
|