| 2636 |
ଅଧିନାନଦୀ |
- Adhīnānadī (ସଂ.ବି.) - ଉପନଦୀ; ପ୍ରଧାନ ନଦୀରେ ଆସି ପଡ଼ିଥିବା ନଦୀ A tributary river.
|
| 2637 |
ଅଧୀର |
- Adhīra (ସଂ.ବିଣ.) - ଉଦ୍ବିଗ୍ନ Anxious.
- ଧୈର୍ଯ୍ୟହୀନ Impatient.
- ଅସ୍ଥର; ଚଞ୍ଚଳମନା Unsteady; fickle; restless.
- ଇତଃସ୍ତତଃ ଘୂରୁଥିବା Rolling; tremulous.
- ଅବ୍ୟବସ୍ଥିତ ଚିତ୍ତ; ଖାମ୍ଖିଆଲିଆ Fitful; capricious.
- ଭୀତ; ଭୟତ୍ରସ୍ତ Frightened; ruffled.
- ବ୍ୟାକୁଳ; ଘାବରା; କାତର Confused.
- ଡରୁଆ Timid.
- ଆତ୍ମନିଗ୍ରହରହିତ Lacking in self-command.
- ନିର୍ବେଧ Foolish.
- ଦୁର୍ବଳମନା Weak-minded.
- ଯେ ସାମାନ୍ୟ କଥାରେ ବିଚଳିତ ହୁଏ Excitable.
- ଅଧୀରତା; ଅଧୈର୍ଯ୍ୟ - (ବି)
- ଅଧୀରା - (ସ୍ତ୍ରୀ)
|
| 2638 |
ଅଧୀରା |
- Adhīrā (ସଂ.ବିଣ.) - ଅଧୀରର ସ୍ତ୍ରୀଲିଙ୍ଗ Feminine of Adhīra.
- (ବି.) - ବିଦ୍ୟୁତ୍ Lightning.
- ନାୟିକାବିଶେଷ; ଅବ୍ୟବସ୍ଥିତ୍ତା ଓ କଳହପ୍ରିୟା ନାୟିକା A class of mistress; a capricious and quarrelsome mistress.
- ପ୍ରେମିକକୁ ଭେଟିବା ପାଇଁ ଧୈର୍ଯ୍ୟହୀନ ସ୍ତ୍ରୀ A woman who is very restless and impatient to meet her lover.
- ଯେଉଁ ନାୟିକା ନାୟକଠାରେ ଅନ୍ୟ ସ୍ତ୍ରୀର ବିଳାସ ଚିହ୍ନ ଦେଖି ଅଧୀରା ହୋଇ ପ୍ରତ୍ୟକ୍ଷ କୋପକରେ A woman who flies into a rage on seeing signs in her lover of having had attentions from some other lady
- ସ୍ତ୍ରୀ ଲୋକର ନାମ Name of a woman
|
| 2639 |
ଅଧୀଶ |
- Adhīṡa (ସଂ.ବି.) - ପ୍ରଭୁ; ସ୍ୱାମୀ; ମାଲିକ Lord; master.
- ଅଧିରାଜ Emperor.
- ଅଧିପତି; ରାଜା King.
- ଅଧ୍ୟକ୍ଷ; ସରଦାର Head man.
|
| 2640 |
ଅଧୀଶ୍ବର |
- Adhīṡwara (ସଂ.ବି.) - ପ୍ରଭୁ; ସ୍ୱାମୀ; ମାଲିକ Lord; master.
- ଅଧିରାଜ Emperor.
- ଅଧିପତି; ରାଜା King. ଅଧ୍ୟକ୍ଷ; ସରଦାର Head man.
- (ଦେ.ବି.) - ଜୈନ ଅର୍ହତ୍ ବିଶେଷ Name of Ja̲i̱na sage
|