Language Section

 

 

 

 

 

 

Dictionary : View_page

ID Main Word Content
2621 ଅଧିଷ୍ଠାତା
  1. Adhishṭhātā (ସଂ.ବିଣ.) - ସନ୍ନିଧିରେ ଥିବା Standing or being near.
  2. ଅବସ୍ଥିତ Staying.
  3. ଯେ କୌଣସି ଅନୁଷ୍ଠାନର ତତ୍ତ୍ୱାବଧାରକରୂପେ ଥାଏ; ତନଖି କରୁଥିବା; ଦେଖାଶୁଣା କଲାବାଲା Supervising; superintending; directing.
  4. ପରିଚାଳନ କରିଥିବା Guiding; directing.
  5. ନିୟାମକ Regulating; controling.
  6. ଅଧିକାରୀ; କୌଣସି ଅନୁଷ୍ଠାନ ପରାଚାଳନ ପାଇଁ ଭାର ପ୍ରାପ୍ତ
  7. Presiding over; being in charge.
  8. ଅଭିଭାବକ ରୂପେ ଅବସ୍ଥିତ Tutelary.
  9. ବାସକାରୀ; ନିବାସକରୁଥିବା Dwelling; residing.
  10. (ସଂ.ବି.) ତତ୍ତ୍ୱାବଧାରକ ବ୍ୟକ୍ତି Superintendent; supervisor.
  11. ନିଆଁ ପକାଇବା ବ୍ୟକ୍ତି; ପ୍ରତିଷ୍ଠାକାରୀ ବ୍ୟକ୍ତି Founder.
  12. ଅନୁଷ୍ଠାନର ଅଧିପତି ବା ମୁଖ୍ୟବ୍ୟକ୍ତି President or head of an institution.
  13. ଅଧିପତି; ଅଧିକାରୀ Principal; chief.
  14. ଶାସନକର୍ତ୍ତା Ruler.
  15. ପରିଚାଳକ Regulator; Director.
  16. ନିୟନ୍ତା; ନିୟାମକ Controller.
  17. ଅଭିଭାବକ; ମୁରବୀ Guardian; Regent.
  18. କରିଲାବାଲା performer.
  19. ପ୍ରକୃତିକୁ ଜଡ଼ରୁ ଚେତନ ଅବସ୍ଥାକୁ ଆଣିବାବାଲା ପୁରୁଷ; ଈଶ୍ୱର God.
  • ଅଧିଷ୍ଠାତ୍ରୀ - (ସ୍ତ୍ରୀ)
2622 ଅଧିଷ୍ଠାତୃ ଦେବ
  1. Adhisṭhātṛu deba (ସଂ.ବି.) ଇଷ୍ଟଦେବ; କୌଣସି ଦେଶ, ସ୍ଥାନ, ଗ୍ରହ, ଅନୁଷ୍ଠାନାଦି ଉପରେ ଅଭିଭାବକ ବା ନିୟାମକ ରୂପେ କଳ୍ପିତ ଠାକୁର A tutelary deity; a guardian or presiding deity.
  • ଅଧିଷ୍ଠାତ୍ରୀ ଦେବତା, ଅଧିଷ୍ଠାତା (ବି.) - ଇଷ୍ଟଦେବ A tutelary deity
2623 ଅଧିଷ୍ଠାନ
  1. Adhishṭhāna (ସଂ.ବି.) ବାସସ୍ଥାନ; ରହିବା ସ୍ଥାନ Residence; abode.
  2. ସନ୍ନିଧିରେ ଅବସ୍ଥାନ; ସନ୍ନିଧାନ propinquity; standing or being near.
  3. ସହାୟ Help; support.
  4. ବାସକରଣ Inhabiting; occupying.
  5. ଉପବେଶନ Taking of a seat; sitting.
  6. ସମାଧାନ; ସମ୍ପାଦନ Performance; accomplishment.
  7. ସ୍ଥିର; ବସତି Position; site; situation; seat; basis.
  8. ଅନୁଷ୍ଠାନ; ପ୍ରତିଷ୍ଠାନ Establishment; institution.
  9. ସ୍ଥାନ Place; locality.
  10. ଦଖଲ Possession.
  11. ପ୍ରଭୁତ୍ୱ; ଅଧିକାର; କ୍ଷମତା Authority; power; dominion.
  12. ତତ୍ତ୍ୱାବଧାନ; ପରିଚାଳନ କ୍ଷମତା Supervision; power; domination.
  13. ପଦ; ପଦବୀ Post.
  14. ରାଜତ୍ୱ; ଶାସନ Government; administration.
  15. ରଥର ଚକ Wheel of car.
  16. ମୂଳଦୁଆ; ନିଅଁ Foundation.
  17. ନିର୍ଦ୍ଧାରିତ ନିୟମ Prescribed rule.
  18. ନଜୀର Ruling; precedent.
  19. ଆଶୀର୍ବାଦ Benediction.
  20. ଆରୋହଣ Benediction
  21. (ସାଂଖ୍ୟଦର୍ଶନ) ଭୋକ୍ତା ଓ ଭୋଗ୍ୟ ବସ୍ତୁର ସଂଯୋଗ Conjunction of the enjoyer with the thing enjoyed. (ଯଥା - ଆତ୍ମାର ଶରୀର ସଙ୍ଗେ ଓ ଇନ୍ଦ୍ରିୟମାନଙ୍କର ବିଷୟ ସଙ୍ଗେ ଅଧିଷ୍ଠାନ)
  22. (ନ୍ୟାୟଦର୍ଶନ) ଯେଉଁ ବସ୍ତୁରେ ଭ୍ରମର ଆରୋପ ହୁଏ The Subject of illusion. (ଯଥା - ରଜ୍ଜୁରେ ସର୍ପର ଭ୍ରମ; ସୁକ୍ତିରେ ରଜତର ଭ୍ରମ ହେବାରୁ ରଜ୍ଜୁ ଓ ସୁକ୍ତି ଅଧିଷ୍ଠାନ ଅଟନ୍ତି)
  • ଅଧିଷ୍ଠିତ - (ବିଣ)
2624 ଅଧିଷ୍ଠାନ ଚକ୍ର
  1. Adhisṭhāna chakara (ସଂ.ବି.) - (ଶରୀର ମଧ୍ୟରେ କଳ୍ପିତ ତନ୍ତ୍ରୋକ୍ତ ୬ଟି ଚକ୍ର ମଧ୍ୟରୁ ଏକତମ) ଶରୀରାଭ୍ୟନ୍ତରରେ ଲିଙ୍ଗମୂଳସ୍ଥ ସୁଷୁମ୍ନା ନାଡ଼ିର ଅନ୍ତର୍ଗତ ଷଡ୍‌ଦଳ ପଦ୍ମ A six-petaled lotus-shaped circle said to exit inside the body at the base of the penis.
2625 ଅଧିଷ୍ଠାନ ଶରୀର
  1. Adhishṭhāna ṡarīra (ସଂ.ବି.) - ସ୍ଥୂଳ ଶରୀର ଓ ସୂକ୍ଷ୍ମଶରୀର ମଧ୍ୟବର୍ତ୍ତୀ ଶରୀର; ମୃତ୍ୟୁ ପରେ ପିତୃ ଲୋକରେ ଯେଉଁ ସୂକ୍ଷ୍ମ ଶରୀରରେ ଆତ୍ମା ବାସକରେ  (philosophy) A body which is the medium between the gross body and the subtle body.
Page 525 of 605



expoodisha.com

 

Other Dictionary