| 2531 |
ଅଧିକରଣ ସିଦ୍ଧାନ୍ତ |
- Adhikaraṇa siddhānta (ସଂ.ବି.) - (ନ୍ୟାୟଦର୍ଶନ) ଯେଉଁ ସିଦ୍ଧାନ୍ତ ସିଦ୍ଧ ହେଲେ ଅନ୍ୟ କେତେକ ସିଦ୍ଧାନ୍ତ ଛାଏଁ ଛାଏଁ ସିଦ୍ଧ ହୋଇଯାଏ (Logic) Propositions or conclusions which automatically solve some other propositions.
[ ଦ୍ର ] 'ଆତ୍ମା ଦେହ ଓ ଇନ୍ଦ୍ରିୟଠାରୁ ଭିନ୍ନ ଅଟେ ଏହି ସିଦ୍ଧାନ୍ତ ସିଦ୍ଧ ହେଲେ 'ଇନ୍ଦ୍ରିୟ ଅନେକ', 'ଦେହ ଅଚିର' ଆଦି ଅନ୍ୟାନ୍ୟ ସିଦ୍ଧାନ୍ତମାନ ଛାଏଁ ଛାଏଁ ସିଦ୍ଧ ହୋଇଯାଏ।
|
| 2532 |
ଅଧିକରଣିକ |
- Adhikaraṇika (ସଂ.ବି.) - ବିଚାରପତି; ଜଜ୍ A judge; the presiding officer of a court.
- ରାଜକୀୟ ଉଚ୍ଚକର୍ମଚାରୀ; ହାକିମ A government official.
|
| 2533 |
ଅଧିକରଣୀ |
- Adhikaraṇī (ସଂ.ବି.) - ତତ୍ତ୍ୱାବଧାରକ A superintendent.
|
| 2534 |
ଅଧିକରୁ ଅଧିକ |
Also : [ ଅଧିକଉଁ ଅଧିକ ]
- Adhikaru adhika (ଦେ.ବିଣ.) - ଆହୁରି ଅଧିକ Much more.
- ଅତି ଅଧିକ; ଢେର୍ ବେଶି Too much; excessive.
- କ୍ରମଶଃ ଅଧିକତର Gradually increasing. (ଯଥା - ଦିନକୁ ଦିନ ତା ରୋଗ ଅଧିକଉଁ ଅଧିକ ହେଉଛି।)
- (ଦେ.ବି.) - ଐଶ୍ୱର୍ଯ୍ୟ; ଶ୍ରୀବୃଦ୍ଧି Prosperity; affluence.
- ଅସରନ୍ତି ଧନ Inexhaustible riches.
- ପ୍ରାଚୁର୍ଯ୍ୟ Plenty.
- (ଦେ.ଅ.) - ଅତ୍ୟଧିକରୂପେ Excessively; too much.
- ଅପେକ୍ଷା ଅଧିକ More than.
- ପୁନଃପୁନଃ Again and again; repeatedly; over and over.
- ତହୁଁ ବଳି ତହୁଁ ବଳି One more than the other.
- ବେଶି ବେଶି More and more.
|
| 2535 |
ଅଧିକର୍ମ |
- Adhikarma (ସଂ.ବି.) - କୌଣସି କାର୍ଯ୍ୟର ତତ୍ତ୍ୱାବଧାନ; ତନଖିବା କର୍ମ Supervision; superintendence.
- ପ୍ରଧାନ ବା ଉତ୍କୃଷ୍ଟ କର୍ମ Superior act.
|