| 2536 |
ଅଧିକର୍ମକୃତ୍ |
- Adhikarmakṛut (ସଂ.ବି.) - କୌଣସି କାମ କରିବା ବ୍ୟକ୍ତିମାନଙ୍କ କାମ ତନଖିବା ପାଇଁ ନିଯୁକ୍ତ ବ୍ୟକ୍ତି; ଜମାଦାର; ସର୍ଦ୍ଦାର A supervisor; a jamādār.
|
| 2537 |
ଅଧିକର୍ମିକ |
- Adhikarmika (ସଂ.ବି.) - ହାଟ ଓ ବଜାରର ତତ୍ତ୍ୱାବଧାରକ; ହାଟ ଦାରୋଗା; ବଜାର ଚଉଧୁରୀ Superintendent of a market.
- ହାଟତୋଳା ଆଦାୟ କରିବା ପାଇଁ ନିଯୁକ୍ତ କର୍ମଚାରୀ An officer engaged to collect toll from a market.
- ଜମାଦାର; ମୂଲିଆ ବା କାମ କରିବା ଲୋକମାନଙ୍କ କାମ ତନଖିବା ପାଇଁ ନିଯୁକ୍ତ ବ୍ୟକ୍ତି; ସର୍ଦ୍ଦାର A sardār; a supervisor of labourers.
|
| 2538 |
ଅଧିକା |
- Adhikā (ଦେ.ବିଣ.) - ବଳକା; ନିଅଣ୍ଟ ବେଳେ କାମ ଚଳାଇବା ପାଇଁ ପ୍ରସ୍ତୁତ ରଖାଯାଇଥିବା (ବ୍ୟକ୍ତି ବା ବସ୍ତୁ) Extra; additional.
- ପ୍ରୟୋଜନାତିରିକ୍ତ Redundant; superfluous.
- ଅଧିକ; ବେଶି Great.
- ଅବଶିଷ୍ଟ; ବହକା; ବଳିପଡ଼ିଥିବା Remainder.
|
| 2539 |
ଅଧିକାଂଶ |
- Adhikāṃṣa (ସଂ.ବି.) - ଅଧିକ ଭାଗ; ବେଶି ଭାଗ A large part.
- କୌଣସି ବସ୍ତୁ ବା ବିଷୟର ଅଧେ ଅପେକ୍ଷା ବେଶି ଅଂଶ Majority; more than half.
- (ଦେ.ବିଣ.) - ଅନେକ; ବହୁତ; ବହୁସଂଖ୍ୟକ A great number; many.
- ବହୁ ପରିମିତ Very much; too much; a very large quantity.
- ନିର୍ଦ୍ଦିଷ୍ଟ ବା ସାଧାରଣ ପରିମାଣ ବା ସଂଖ୍ୟାରୁ ଢେର୍ ବେଶି Much more than ordinary.
- (ଦେ.କ୍ରି.ବିଣ.) - ବହୁ ସ୍ଥଳରେ In a great many places or instances.
- ପ୍ରାୟ; ସାଧାରଣତଃ Generally.
- ଅଧେ ଅପେକ୍ଷା ବେଶି ସ୍ଥଳରେ In the majority of cases.
|
| 2540 |
ଅଧିକାଙ୍ଗ |
- Adhikāṇga (ସଂ.ବି.) - ସଚରାଚର ଦେହରେ ଯେତେ ଅଙ୍ଗ ଥିବାର ଦେଖାଯାଏ ଜଣେ ଜଣେ ବ୍ୟକ୍ତିଙ୍କଠାର ତହିଁ ଅପେକ୍ଷା ଦେଖାଯିବା ବଳକା ଅଙ୍ଗ (ଯଥା - ଛଆଙ୍ଗୁଳିଆ ବ୍ୟକ୍ତିର ଷଷ୍ଠ ଆଙ୍ଗୁଠି) Redundant limb; extra limb.
- (ବହୁବ୍ରୀହି) ସାଞ୍ଜୁ ଉପରେ ଭିଡ଼ାଯାଇ ପିନ୍ଧାଯିବା କମରପଟି; କମରବନ୍ଦ Belt; sash worn over a coat of mail.
- ଅତିରିକ୍ତ ଅଙ୍ଗବିଶିଷ୍ଟ (ବ୍ୟକ୍ତି) (person) Having a redundant limb.
|