Language Section

 

 

 

 

 

 

Dictionary : View_page

ID Main Word Content
2541 ଅଧିକାଧିକ

Also : [ ଅଧିକଉଁ ଅଧିକଅଧିକରୁ ଅଧିକ ]

  1. Adhikādhika (ଦେ.ବିଣ.) ଆହୁରି ଅଧିକ Much more.
  2. ଅତି ଅଧିକ; ଢେର୍ ବେଶି Too much; excessive. 
  3. କ୍ରମଶଃ ଅଧିକତର Gradually increasing. (ଯଥା - ଦିନକୁ ଦିନ ତା ରୋଗ ଅଧିକଉଁ ଅଧିକ ହେଉଛି।)
  4. (ଦେ.ବି.) - ଐଶ୍ୱର୍ଯ୍ୟ; ଶ୍ରୀବୃଦ୍ଧି  Prosperity; affluence.
  5. ଅସରନ୍ତି ଧନ  Inexhaustible riches.
  6. ପ୍ରାଚୁର୍ଯ୍ୟ Plenty.
  7. (ଦେ.ଅ.)ଅତ୍ୟଧିକରୂପେ Excessively; too much.
  8. ଅପେକ୍ଷା ଅଧିକ More than.
  9. ପୁନଃପୁନଃ Again and again; repeatedly; over and over.
  10. ତହୁଁ ବଳି ତହୁଁ ବଳି One more than the other.
  11. ବେଶି ବେଶି More and more.
2542 ଅଧିକାଭେଦରୂପକ
  1. Adhikābhedarūpaka (ସଂ.ବି.) - ରୂପକାଳଙ୍କାରବିଶେଷ (ଏଥିରେ ଉପମାନ ଓ ଉପମେୟର ଅନେକ କଥାର ମେଳ ଦେଖାଇ ଦିଆ ହୋଇଥାଏ; ଶେଷକୁ ଗୋଟିଏ କଥାରେ ବିଶେଷତା ବା ଅଧିକତା ଦେଖାଇ ଦିଆଯାଏ। A kind of simile.
2543 ଅଧିକାର
  1. Adhikāra (ସଂ.ବି.) ଆଧିପତ୍ୟ; ପ୍ରଭୁତ୍ୱ; ସ୍ୱାମିତ୍ୱ Dominion; mastery.
  2. କ୍ଷାମତା; ସାମର୍ଥ୍ୟ; ଶକ୍ତି Authority; power.
  3. କୌଣସି କାର୍ଯ୍ୟର ଭାର Charge of any work.
  4. କାର୍ଯ୍ୟର ତତ୍ତ୍ୱାବଧାରଣ; ତନଖି Supervision; superintendence.
  5. ଦଖଲ; ଭୋଗ Possession; enjoyment.
  6. ଆୟତ୍ତ; ଅକ୍ତିଆର Control.
  7. ସ୍ୱତ୍ୱ; ହକ୍ Title; right.
  8. ପ୍ରଭୁତ୍ୱ ପରିଚାଳନ କରିବାର ସୀମା; ଇଲାକା Jurisdiction.
  9. ପଦବୀ; ପଦ Office.
  10. ଅନ୍ୟମାନଙ୍କ ଉପରେ ପ୍ରଭୁତ୍ୱ ବା ହାକିମି ପରିଚାଳନ କରିବାର କ୍ଷମତା Authority over others.
  11. ଶାସନ; ରାଜତ୍ୱ Sovereignty; rule; administration.
  12. କର୍ତ୍ତବ୍ୟ Duty.
  13. ସମ୍ମାନ Diginity.
  14. କୌଣସି ବସ୍ତୁ ବା ସମ୍ପତ୍ତି ପ୍ରତି ଦାବୀ Claim.
  15. ରାଜାମାନଙ୍କର ରାଜଚିହ୍ନ ଧାରଣ Putting on the insignia of royalty.
  16. କୌଣସି ବିଷୟରେ ବିଶେଷ ସୁବିଧା ବା ସ୍ୱତ୍ୱ Privilege.
  17. କୌଣସି ବିଷୟରେ ରାଜାଙ୍କର ଅସାଧାରଣ କ୍ଷମତା ବା ବିଶିଷ୍ଟ ଅଧିକାର  Royal prerogative; prerogative (of the crown).
  18. ଆଲୋଚ୍ୟ ବିଷୟ Subject matter; subject of discussion.
  19. ପ୍ରବେଶ Admission; entry.
  20. ଅନୁଷ୍ଠାନ Institution.
  21. ଗ୍ରନ୍ଥର ପରିଚ୍ଛେଦ; ପ୍ରକରଣ Section or paragraph of a book.
  22. ଗଣନା Counting.
  23. କୌଣସି ବିଷୟରେ ଜ୍ଞାନ Knowledge; insight.
  24. ଯୋଗ୍ୟତା Proficiency; deserts.
  25. କୌଣସି କାର୍ଯ୍ୟ କରିବାପାଇଁ ଶାସ୍ତ୍ରାଦି ଅନୁସାରେ ଯୋଗ୍ୟତା  Eligibility; state of being entitled to do any act.
  26. ମାଲିକ ସ୍ୱତ୍ୱ Proprietory right; ownership.
  27. (ଦେ.ବି.) କ୍ଷମତା ପରିଚାଳନ Exercise of authority.
  • ଅଧିକୃତ; ଅଧିକାରୀ - (ବିଣ.)
     
    • Adhīkāra (ସଂ.ବି.) ଅଧିକାରର ଅନ୍ୟ ଆକାର  Another form of the word Adhikāra
2544 ଅଧିକାରୀ
  1. Adhikārī (ସଂ.ବିଣ.) ଯାହାର ଅଧିକାର ଥାଏ Having authority.
  2. କୌଣସି ବସ୍ତୁରେ ଯାହାର ମାଲିକ ସ୍ୱତ୍ୱ ଥାଏ Having a proprietory right; having ownership.
  3. ଯାହାର କୌଣସି ବିଶେଷ ସ୍ୱତ୍ୱ ବା ଅଧିକାର ଥାଏ Privileged.
  4. ସ୍ୱତ୍ୱବାନ୍; ହକ୍‌ଦାର Entitled to.
  5. ଯାହାର ଉପଯୁକ୍ତ ଯୋଗ୍ୟତା ଅଛି Properly qualified for.
  6. ଦଖଲ କରୁଥିବା In possession of.
  7. (ସଂ.ବି.) (ମନୁଷ୍ୟର) ପ୍ରଭୁ; ସ୍ୱାମୀ Master; lord.
  8. (ଦ୍ରବ୍ୟର) ମାଲିକ Owner.  
  9. କୌଣସି ଇଲାକାରେ କର୍ମ କରୁଥିବା ବ୍ୟକ୍ତି ବା ଭୃତ୍ୟ ମାନଙ୍କ ସର୍ଦ୍ଦାର Head of a department.
  10. ଭାରପ୍ରାପ୍ତ କର୍ମଚାରୀ Officer in charge.
  11. ତତ୍ତ୍ୱାବଧାରକ Superintendent.
  12. ଯଜ୍ଞ ଆଦି କରିବା ପାଇଁ ଉପଯୁକ୍ତ ବ୍ୟକ୍ତି (a persson) Qualified to perform a sacrifice.
  13. ବେଦାନ୍ତରେ ପାରଦର୍ଶୀ ବ୍ୟକ୍ତି (a person) Versed in the Bedānta.
  14. ଯାହାର କୌଣସି କାର୍ଯ୍ୟ କରିବାକୁ ଉପଯୁକ୍ତ ବିଦ୍ୟା ବା ଶକ୍ତି ଆଦି ଅଛି (a person Possessing the necessary qualification to do a thing.
  15. ହକ୍‌ଦାର ବ୍ୟକ୍ତି (a person) Entitled to do a thing.
  16. (ଦେ.ବି.) - ମଠ ପରିଚାଳନ ପାଇଁ ମହନ୍ତଙ୍କ ଅଧୀନସ୍ଥ ତତ୍ୱାଧାରକବିଶେଷ Superintendent of a religious endowment below the Mahanta.
  17. ହାଟୁଆ ସମାଜର ଜାତିଆଣ ବିଷୟ ଓ ସଭା ଆଦିରେ ତତ୍ତ୍ୱାବଧାରଣ କରିବା ପାଇଁ ମନୋନୀତ ବ୍ୟକ୍ତିର ଉପାଧି Title of the headman of a caste-guild.
  18. ବଂଶୋପାଧି ବିଶେଷ  A family title.
  19. (ପ୍ରାଦେ. (ଗଞ୍ଜାମ) ବି.) - କୌଣସି ସରକାରୀ ବିଭାଗର ଭାରପ୍ରାପ୍ତ ସର୍ବୋଚ୍ଚ କର୍ମଚାରୀ ବା ହାକିମ The head of any Government department. 
  • ଅଧିକାରିଣୀ - (ସ୍ତ୍ରୀ)
  • ଅଧିକାରିତ୍ୱ -  (ବି.)
2545 ଅଧିକାରୂଢ଼ ବୈଶିଷ୍ଟ୍ୟରୂପକ
  1. Adhikārūṟḍ̠ẖa-ba̲i̱ṡishṭya rūpaka (ସଂ.ବି.) ରୂପକାଳଙ୍କାରବିଶେଷ A class of simile.
  2. କାବ୍ୟର ଅଳଙ୍କାରବିଶେଷ; ଉପମେୟ ଓ ଉପମାନର ଅଭେଦ ଜ୍ଞାପକ ଅଳଙ୍କାର—1. Simile; a figure of speech in which no difference is observed. between the things compared; the identification of the objects of comparision.
Page 509 of 605



expoodisha.com

 

Other Dictionary