| 2296 |
ଅଦୃଷ୍ଟାକ୍ଷର |
- Adṛushṭākshara (ସଂ.ବି.) - ଏପରି କାଳି (ଯଥା - ପିଆଜରସ, ଲେମ୍ବୁରସ)ରେ ଲେଖା ଅକ୍ଷର, ଯାହା ଶୁଖି ଗଲେ ଦେଖା ପଡ଼େ ନାହିଁ, କିନ୍ତୁ ନିଆଁ ଉପରେ ସେକିଲେ ପଢ଼ାଯାଏ Invisible writing which can be deciphered when placed on fire.
|
| 2297 |
ଅଦୃଷ୍ଟାର୍ଥ |
- Adṛushṭārtha (ସଂ.ବିଣ.) - ଇନ୍ଦ୍ରିୟମାନଙ୍କର ଅଗୋଚର ବିଷୟ ଯୁକ୍ତ Transcandental; having an object not perceptible to the senses.
- ଆଧ୍ୟାତ୍ମିକ ଅର୍ଥଯୁକ୍ତ Having an occult or metaphysical meaning.
- (ନ୍ୟାୟ ଦର୍ଶନ) ଏପରି ଶବ୍ଦ ଯହିଁର ଅର୍ଥ ଏ ସଂସାରରେ ଦେଖଯାଏ ନାହିଁ (ଯଥା - ସ୍ୱର୍ଗ, ପରାମାତ୍ମା, ମୋକ୍ଷ, ଈଶ୍ୱର) Words Whose meaning cannot be realised in the world.
|
| 2298 |
ଅଦୃଷ୍ଟାଶ୍ରୁତପୂର୍ବ |
- Aḍṛushṭāṡrutapūrba (ସଂ.ବିଣ.) - ଯାହା ପୂର୍ବେ କେବେ ଦେଖା ଯାଇ ନ ଥିଲା ବା ଶୁଣା ଯାଇ ନ ଥିଲା Not having been seen or heard before.
- ଅଦୃଷ୍ଟାଶ୍ରୁତପୂର୍ବତ୍ୱ (ବି)
|
| 2299 |
ଅଦୃଷ୍ଟି |
- Adṛushṭi (ସଂ.ବି.) - ଅନ୍ୟ ଦ୍ୱାରା ଦେଖା ନ ଯିବା ଅବସ୍ଥା Invisibility.
- ମନ୍ଦ ବା ଅମଙ୍ଗଳକର ଦୃଷ୍ଟି An evil eye.
- କ୍ରୋଧ ପୂର୍ଣ୍ଣ ଦୃଷ୍ଟି An angry look.
- ଈର୍ଷାଯୁକ୍ତ ଦୃଷ୍ଟି A malicious glance.
- ଅସନ୍ତୁଷ୍ଟ ଦୃଷ୍ଟି; ବିରକ୍ତସୂଚକ ଦୃଷ୍ଟି A displeased look; a look of displeasure.
- କ୍ରୂର ଦୃଷ୍ଟି A cruel look.
- ଲୋଲୁପ ଦୃଷ୍ଟି A convetuous look.
- (ନ୍ୟାୟ ଦର୍ଶନ) ଶିଷ୍ୟମାନଙ୍କ ତିନି ଶ୍ରେଣୀରୁ ଏକ ଶ୍ରେଣୀ; ମଧ୍ୟମାଧିକାରୀ ଶିଷ୍ୟ A class of disciples.
- (ସଂ.ବିଣ.) - ଦୃଷ୍ଟି ଶକ୍ତିହୀନ; ଅନ୍ଧ Blind; sightless.
- (ଦେ.ବିଣ.) - (ସଂ. ଅଦୃଷ୍ଟା) - ଅଦୃଷ୍ଟ Unseen.
|
| 2300 |
ଅଦୃଷ୍ଟିଆ |
- Adṛushṭiā (ଦେ.କ୍ରି.) - ଯେଉଁ ଶିଶୁ ବା ଖାଦ୍ୟାଦି ଉପରେ ଡାହାଣୀମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିନାହିଁ (food or child) On which the evil eye of the witch has not yet been cast.
|