Language Section

 

 

 

 

 

 

Dictionary : View_page

ID Main Word Content
2291 ଅଦୃଷ୍ଟବାଦ
  1. Adṛushṭabāda (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅଦୃଷ୍ଟ ସମ୍ବନ୍ଧୀୟ ବାଦ)  ମନୁଷ୍ୟ ଆପଣାର ଅଦୃଷ୍ଟକୁ ନିଶ୍ଚେ ଭୋଗ କରିବ, ତାହା କଦାପି ଏଡ଼ି ପାରିବ ନାହିଁ, ଏହି ମତବାଦ  Fatalism; the theory of fate.
2292 ଅଦୃଷ୍ଟବାଦୀ
  1. Adṛushṭabādī (ସଂ.ବିଣ.) - ଯେଉଁ ବ୍ୟକ୍ତି ଅଦୃଷ୍ଟବାଦକୁ ମାନେ  Believing in fatalism; a fatalist.
  • ଅଦୃଷ୍ଟବାଦିନୀ (ସ୍ତ୍ରୀ)
2293 ଅଦୃଷ୍ଟବାନ୍‌

Also : [ ଅଦୃଷ୍ଟବନ୍ତ ]

  1. Adṛushṭabān (ସଂ.ବିଣ.) - ଭାଗ୍ୟବାନ୍; କପାଳିଆ Fortunate; lucky.
  2. ଭାଗ୍ୟରୁଜାତ Arising from destiny.
  • ଅଦୃଷ୍ଟବତୀ (ସ୍ତ୍ରୀ)
2294 ଅଦୃଷ୍ଟ ଭୂଞ୍ଜିବା
  1. Adṛushṭa bhun̄jibā (ଦେ.କ୍ରି.) - ଆପଣାର କର୍ମଫଳ ବା ଭାଗ୍ୟକୁ ଭୋଗ କରିବା To enjoy the fruits of one's destiney.
2295 ଅଦୃଷ୍ଟରଜା
  1. Adṛushṭarajā (ସଂ.ବିଣ.) - ଅରଜସ୍କା; ଯେଉଁ ବାଳିକା ବା ସ୍ତ୍ରୀ ଋତୁମତୀ ହୋଇ ନାହିଁ  (girl) Not yet menstruated
  2. (ସଂ.ବି.) - ଋତୁମତୀ ହୋଇ ନ ଥିବା ବାଳିକା  A girl before her puberty.
Page 459 of 605



expoodisha.com

 

Other Dictionary