| 2291 |
ଅଦୃଷ୍ଟବାଦ |
- Adṛushṭabāda (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅଦୃଷ୍ଟ ସମ୍ବନ୍ଧୀୟ ବାଦ) ମନୁଷ୍ୟ ଆପଣାର ଅଦୃଷ୍ଟକୁ ନିଶ୍ଚେ ଭୋଗ କରିବ, ତାହା କଦାପି ଏଡ଼ି ପାରିବ ନାହିଁ, ଏହି ମତବାଦ Fatalism; the theory of fate.
|
| 2292 |
ଅଦୃଷ୍ଟବାଦୀ |
- Adṛushṭabādī (ସଂ.ବିଣ.) - ଯେଉଁ ବ୍ୟକ୍ତି ଅଦୃଷ୍ଟବାଦକୁ ମାନେ Believing in fatalism; a fatalist.
|
| 2293 |
ଅଦୃଷ୍ଟବାନ୍ |
Also : [ ଅଦୃଷ୍ଟବନ୍ତ ]
- Adṛushṭabān (ସଂ.ବିଣ.) - ଭାଗ୍ୟବାନ୍; କପାଳିଆ Fortunate; lucky.
- ଭାଗ୍ୟରୁଜାତ Arising from destiny.
|
| 2294 |
ଅଦୃଷ୍ଟ ଭୂଞ୍ଜିବା |
- Adṛushṭa bhun̄jibā (ଦେ.କ୍ରି.) - ଆପଣାର କର୍ମଫଳ ବା ଭାଗ୍ୟକୁ ଭୋଗ କରିବା To enjoy the fruits of one's destiney.
|
| 2295 |
ଅଦୃଷ୍ଟରଜା |
- Adṛushṭarajā (ସଂ.ବିଣ.) - ଅରଜସ୍କା; ଯେଉଁ ବାଳିକା ବା ସ୍ତ୍ରୀ ଋତୁମତୀ ହୋଇ ନାହିଁ (girl) Not yet menstruated
- (ସଂ.ବି.) - ଋତୁମତୀ ହୋଇ ନ ଥିବା ବାଳିକା A girl before her puberty.
|