| 2286 |
ଅଦୃଷ୍ଟପୁରୁଷ |
Also : [ ଅଦୃଷ୍ଟନର ]
- Adṛushṭapurusha (ସଂ.ବି.) - ନୀତିଶାସ୍ତ୍ର ବର୍ଣ୍ଣିତ କୋଡ଼ିଏ ପ୍ରକାରର ସନ୍ଧିସ୍ଥାପନ ମଧ୍ୟରୁ ଏକତମ, ଯେଉଁ ସନ୍ଧିସ୍ଥାପନ କର୍ମରେ କେହି ମଧ୍ୟସ୍ଥି ନ ଥାଏ A treaty concluded between two parties without the intervention of a mediator.
|
| 2287 |
ଅଦୃଷ୍ଟନର |
Also : [ ଅଦୃଷ୍ଟପୁରୁଷ ]
- Adṛushṭapurusha (ସଂ.ବି.) - ନୀତିଶାସ୍ତ୍ର ବର୍ଣ୍ଣିତ କୋଡ଼ିଏ ପ୍ରକାରର ସନ୍ଧିସ୍ଥାପନ ମଧ୍ୟରୁ ଏକତମ, ଯେଉଁ ସନ୍ଧିସ୍ଥାପନ କର୍ମରେ କେହି ମଧ୍ୟସ୍ଥି ନ ଥାଏ A treaty concluded between two parties without the intervention of a mediator.
|
| 2288 |
ଅଦୃଷ୍ଟପୂର୍ବ |
Also : [ ଅଦୃଷ୍ଟଚର ]
- Adṛushṭapūrba (ସଂ.ବିଣ.) - ଯାହା ପୂର୍ବେ କେବେ ଦେଖାଯାଇ ନାହିଁ Not seen two before; unprecedented.
- ଆଶ୍ଚର୍ଯ୍ୟଜନକ Wonderful.
|
| 2289 |
ଅଦୃଷ୍ଟଫଳ |
- Adṛushṭaphaḻa (ସଂ.ବି.) - ଭବିଷ୍ୟତ ଗର୍ଭରେ ନିହିତ ଘଟନାଚୟ Events or consequences hidden in the womb of the future.
- କର୍ମଫଳ; ପୂର୍ବଜନ୍ମକୃତ କର୍ମର ଇହ ଜନ୍ମରେ ଭୁକ୍ତ ଫଳ The results of a person's actions during his previous existence.
- ଆପଣା ଭାଗ୍ୟରେ ଘଟିବା ବିଷୟ The happenings due to one's luck.
- (ସଂ.ବିଣ.) - (ବହୁବ୍ରୀହି) ଯେଉଁ କର୍ମର ଫଳ ଅବଧି ଦେଖାଯାଇ ନାହିଁ (act) Of which the consequences are not yet visible.
- ଯେଉଁ ବୃକ୍ଷର ଫଳ ଦେଖାଯାଏ ନାହିଁ; ଅଣ୍ଡିରା ଗଛ Non fruit bearing (trees)
- ଯେଉଁ ବୃକ୍ଷ ଆଜିଯାକେ ଫଳି ନାହିଁ (tree) Not yet bearing fruit.
|
| 2290 |
ଅଦୃଷ୍ଟବନ୍ତ |
Also : [ ଅଦୃଷ୍ଟବାନ୍ ]
- Adṛushṭabanta (ଦେ.ବିଣ.) - ଭାଗ୍ୟବାନ୍; କପାଳିଆ Fortunate; lucky.
- ଭାଗ୍ୟରୁଜାତ Arising from destiny.
|