Language Section

 

 

 

 

 

 

Dictionary : View_page

ID Main Word Content
2281 ଅଦୃଶ୍ୟରୂପ
  1. Adṛuṡyarūpa (ସଂ.ବି.) - ଯେଉଁ ରୂପ ବା ଆକାର ଆଖି ଦ୍ୱାରା ଦେଖାଯାଏ ନାହିଁ Invisible shape.
  2. (ବହୁବ୍ରୀହି) ପରମେଶ୍ୱର God.
  3. ଯାହାର ରୂପ କେହି ଦେଖି ନ ପାରେ Of invisible from.
  • ଅଦୃଶ୍ୟରୂପା (ସ୍ତ୍ରୀ)
  • ଅଦୃଶ୍ୟରୂପତା (ବି)
2282 ଅଦୃଷ୍ଟ
  1. Adṛushṭa (ସଂ.ବିଣ.) - ଯାହା ଅବଧି ଦେଖାଯାଇ ନାହିଁ Unseen.
  2. ଅଜ୍ଞାତ Unknown.
  3. ଅପରୀକ୍ଷିତ Unobserved.
  4. ଅନନୁଭୂତ Not experienced.
  5. ଇନ୍ଦ୍ରିୟମାନଙ୍କ ଅଗୋଚର Unperceived by the senses; imperceptible.
  6. ଅଦୃଶ୍ୟ Invisible.
  7. ଯାହା ଘଟିବ ବୋଲି ଆଗରୁ ହେଜ କରାଯାଇ ପାରି ନ ଥାଏ Unforeseen.
  8. ମଞ୍ଜୁର କରାଯାଇ ନ ଥିବା Unsanctioned
  9. ବେଆଇନି; ଅନ୍ୟାୟ Illegal.
  10. (ସଂ.ବି.) - ବିଷଧର କୀଟାଣୁବିଶେଷ Name of a venomous invisible creature or animalcule; microbe.
  11. (ଏହା ପୂର୍ବରୁ ମନୁଷ୍ୟକୁ ଜଣା ନ ପଡ଼ିବାରୁ) (ଶୁଭାଶୁଭ) ଭାଗ୍ୟ; କପାଳ; ଦୈବ Destiny; luck; fortune.
  12. ଏକଜନ୍ମକୃତ କର୍ମର ଫଳ, ଯାହା ପ୍ରାଣୀ ପରବର୍ତ୍ତୀ ଜନ୍ମରେ ଭୋଗ କରେ The result of conduct in one life as experienced in a following existence.
  13. ପୂର୍ବରୁ କଳ୍ପନା କରାଯାଇ ନ ଥିବା ବିପଦ Unforeseen calamity or anger. (ଯଥା - ଘରପୋଡ଼ି; ଓଲାଉଠା; ମହାମାରୀ)
2283 ଅଦୃଷ୍ଟକର୍ମା
  1. Adṛushṭakarmā (ସଂ.ବିଣ.) - ଅନନୁଭବୀ; ଅପ୍ରବୀଣ Inexperienced.
  2. ଯେଉଁ ବ୍ୟକ୍ତି କର୍ମକ୍ଷେତ୍ରରେ ଅଭିଜ୍ଞତା ଲାଭ କରି ନାହିଁ Having no practical experience.
2284 ଅଦୃଷ୍ଟକାମ
  1. Adṛushṭakāma (ସଂ.ବି.) - କେବେ ଦେଖି ନ ଥିବା ବସ୍ତୁ ବା ବ୍ୟକ୍ତିପାଇଁ କାମନା Passionate attachment to an object that has never been seen.
2285 ଅଦୃଷ୍ଟଚର

Also : [ ଅଦୃଷ୍ଟପୂର୍ବ

  1. Adṛushṭachara (ସଂ.ବିଣ.) - ଯାହା ପୂର୍ବେ କେବେ ଦେଖାଯାଇ ନାହିଁ Not seen two before; unprecedented.
  2. ଆଶ୍ଚର୍ଯ୍ୟଜନକ Wonderful.
Page 457 of 605



expoodisha.com

 

Other Dictionary