| 2196 |
ଅଦଂଷ୍ଟ୍ର |
- Adaṁshtra (ସଂ.ବିଣ.) - ଦନ୍ତହୀନ Toothless.
- (ସଂ.ବି.) - ଯେଉଁ ସାପର ବିଷଦାନ୍ତ ଭଙ୍ଗା ହୋଇ ଅଛି A serpent whose fangs have been extracted.
|
| 2197 |
ଅଦକ୍ଷିଣ |
- Adakshiṇa (ସଂ.ବିଣ.) - ଯେଉଁ ଯଜ୍ଞାଦି ଅନୁଷ୍ଠାନ ଶେଷରେ ବ୍ରାହ୍ମଣ ଓ ପୁରୋହିତଙ୍କୁ ଦକ୍ଷିଣା ଦିଆଯାଏ ନାହିଁ (sacrifices and rites) In which no present is given to the Brāhmaṇas or to the officiating priest.
- ବାମ; ଡେବିରି Left
- ସାଦାସିଦା; ନିଷ୍କପଟ; ସରଳ Simple-minded; guileless.
- ନିର୍ବୋଧ Silly; foolish.
- ପ୍ରତିକୂଳ Unfavourable.
- ଅଦକ୍ଷ Not skilful.
- ଅଚତୁର Not clever.
|
| 2198 |
ଅଦକ୍ଷିଣୀୟ |
Also : [ ଅଦକ୍ଷିଣ୍ୟ ]
- Adakshiṇīya (ସଂ.ବିଣ.) - ଦକ୍ଷିଣା ପାଇବାର ଅଯୋଗ୍ୟ (ବ୍ରାହ୍ମଣ) (Brāhmaṇa) Not deserving of presents.
|
| 2199 |
ଅଦଗ୍ଧ |
- Adagdha (ଦେ.ବିଣ.) - ପୋଡ଼ା ଯାଇ ନଥିବା Unburnt.
- ଶାସ୍ତ୍ରନିର୍ଦ୍ଧିଷ୍ଟ ବିଧାନ ଅନୁସାରେ ଦଗ୍ଧ କରାଯାଇ ନଥିବା (ଯଥା ଶବ) Not burnt or cremated according to prescribed rites (E.g., a corpse).
|
| 2200 |
ଅଦଛ |
- Adachha (ଗ୍ରା.ବି.) - ଅଯଶଃ; ଅକୀର୍ତ୍ତି; ଦୁର୍ନାମ; ଅପଯଶ Notoriety; disrespute.
- ନିନ୍ଦା Blame.
- ଅମଙ୍ଗଳ Evil; woe.
- (ଗ୍ରା.ବିଣ.) - ଅଯଶସ୍କ; ଯଶୋହୀନ (ବ୍ୟକ୍ତି) Nameless; not famous.
- ବିଶେଷ ଦୁର୍ନାମଯୁକ୍ତ (ବ୍ୟକ୍ତି) Notorious.
- ଅଯଶସ୍କର (କର୍ମ) Disreputable (act).
|