Odia Dictionary


Back

ଅଥର୍ବ


  1. Atharba (ସଂ.ବି.) -  (ଅଥ=ବେଦାଦିର ପ୍ରାରମ୍ଭିକ ମଙ୍ଗଳସୂଚ ଶବ୍ଦ+ ରୁ ଧାତୁ=ଚିତ୍କାର କରିବା+କର୍ତ୍ତୃ. ବନ୍= ଅଥର୍ବନ୍) ଅଗ୍ନି ଓ ସୋମପୂଜକ ପୁରୋହିତ A priest who worships the fire and the Soma Deities.

  2. ବ୍ରାହ୍ମଣ A Brāhamana.

  3. ବ୍ରହ୍ମାଙ୍କ ମୁଖରୁ ଜାତ ଜ୍ୟେଷ୍ଠ ପ୍ରଜାପତି Name of the eldest son born of Brahmā's mouth and a projenitor of mankind. [ଏ ପ୍ରଥମେ ବ୍ରହ୍ମାଙ୍କଠାରୁ ବ୍ରହ୍ମବିଦ୍ୟା ଶିକ୍ଷା କରି ଅଥର୍ବ ବେଦ ରଚନା କରିଥିଲେ। ଏହାଙ୍କର ଏକ ସ୍ତ୍ରୀ ଶାନ୍ତି ଓ ଅନ୍ୟ ସ୍ତ୍ରୀ ଚିତ୍ତ। କେହି କେହି ଏହାକୁ ଅଗ୍ନିଙ୍କ ପିତା ଅଙ୍ଗିରା ବୋଲି କହନ୍ତି]

  4. ଚତୁର୍ଥ ବେଦ The name of the fourth Beda. [ ଏହି ବେଦର ଅନେକ ତାନ୍ତ୍ରିକ ଅଭିଚାର ମନ୍ତ୍ର ଓ ଆପଦରୁ ରକ୍ଷା ପାଇବାପାଇଁ ଅନେକ ସ୍ତୋତ୍ର ଅଛି। ଏହାର ୯ଟି ଶାଖା; ୫ଟି କଳ୍ପ; ୨୬ଟି କାଣ୍ଡ ଓ ୫୨ଟି ଉପନିଷଦ ଅଛି। ଅନ୍ୟ ବେଦମାନଙ୍କର ବହୁକାଳ ପରେ ଏ ବେଦ ରଚିତ ହୋଇଥିବାର ପଣ୍ଡିତମାନେ କହନ୍ତି। ଏଥିରେ ମୁଷଳମାନଙ୍କ ଉପାସ୍ୟ 'ଆଲ୍ଲା' ନାମଧାରୀ ପରମେଶ୍ୱରଙ୍କ ସୂକ୍ତ ଅଛି।]

  5. ଶିବ; ମହାଦେବ The God Siba.

  6. ବଶିଷ୍ଠ ଋଷି The sage Baṡishtha.

  7. (ଦେ.ବିଣ.) - (ଅଥର୍ବର ଏକ ଅର୍ଥ ଶିବ ଥିବାରୁ ଶିବଙ୍କର ଏକ ନାମ ସ୍ଥାଣୁ ଥିବାରୁ ଓ ସ୍ଥାଣୁର ଏକ ଅର୍ଥ ଥୁଣ୍ଟାଗଛ ଥିବାରୁ)— ସ୍ଥାଣୁ ବା ଶିବଲିଙ୍ଗ ପରି ହସ୍ତପଦାଦି ଅଙ୍ଗପ୍ରତ୍ୟଙ୍ଗ  ରହିତ  Limbless.

  8. ରୋଗ ବା ବାର୍ଦ୍ଧକ୍ୟରୁ ଚଳତଶକ୍ତିହୀନ Unable to move owing to disease or old age.

  9. ଅତିବୃଦ୍ଧ Very old; decrepit; infirm.