| 2161 |
ଅଥୟମନା |
- Athayamanā (ଦେ.ବିଣ.) - ଅସ୍ଥିରମତି; ଚପଲମତି Of restless or fickle mind.
- ଉତ୍କଣ୍ଠିତ Anxious.
- ଅଧୀର Impatient.
- ବ୍ୟାକୁଳିତ Sad.
|
| 2162 |
ଅଥର |
- Athara (ଗ୍ରା.ବି.) - ନିଷ୍କମ୍ପ; କମ୍ପରହିତ Unshaking; not trembling.
- ସ୍ପନ୍ଦନରହିତ Unwavering; not throbbing.
- (ପ୍ରାଦେ.ଯାଜପୁର) ଏଥର; ବର୍ତ୍ତମାନ Now.
|
| 2163 |
ଅଥରଥରା |
Also : [ ଅଥରଥରୁଆ ]
- Atharatharā (ଗ୍ରା.ବିଣ.) - କମ୍ପନମାନ Trembling; tremulous.
- ଡରକୁଳା; ଯେ ସାମାନ୍ୟ ଭୟ କଥାରେ ଥରେ Timid.
- ଯେଉଁ ବ୍ୟକ୍ତି ଠିଆ ହେଲେ ଥରଥର ହୁଏ Of tremulous gait; nervous
- ଅଥରଥରୀ (ସ୍ତ୍ରୀ)
- ଅଥରଥରେଈ (ସ୍ତ୍ରୀ)
|
| 2164 |
ଅଥରପା |
Also : [ ଅଥରପା ମଣ୍ଡପ, ଅଥର୍ପା ]
- Atharapā (ଦେ.ବିଣ.) - ଯେଉଁ ବ୍ୟକ୍ତି ଠିଆ ହେଲେ ଥରଥର ହୁଏ Of tremulous gait; nervous.
- ଯାହାର ପାଦବିକ୍ଷେପ ସ୍ଥିର ନୁହେଁ Of weak or uncertain foothold.
- ଅସ୍ଥିରମନା Fickleminded.
- ଆଗପଛ ବିଚାରହୀନ Reckless.
|
| 2165 |
ଅଥରା |
- Atharā (ଦେ.ବିଣ.) - ଓଥରା; ଯେଉଁ ବ୍ୟକ୍ତି ଅତ୍ୟଧିକ ବୟସ ପର୍ଯ୍ୟନ୍ତ ବିବାହ ହୋଇ ନଥାଏ (a person) Not yet married long after attaining marriageable age.
- ଯେ ଡରରେ ଥରଥର ହୁଏ ନାହିଁ; ଯେ ଡରକୁଳା ନୁହେଁ; ନିର୍ଭୟ Dauntless; fearless.
|