| 2016 |
ଅତିମତି |
- Atimati (ସଂ.ବି.) - ଅତ୍ୟଧିକ ଆତ୍ମଗର୍ବ Excessive haughtiness; selfconceit.
- (ସଂ.ବିଣ.) - (ବହୁବ୍ରୀହି) ଅତ୍ୟନ୍ତ ଜ୍ଞାନୀ Exceedingly wise.
|
| 2017 |
ଅତିମର୍ତ୍ତ୍ୟ |
Also : [ ଅତିମାନୁଷ ]
- Atimarttya (ସଂ.ବିଣ.) - (ମାନୁଷିକ ବିଷୟକୁ ଅତିକ୍ରମ କରିଥିବା) ଅଲୌକିକ; ଅମାନୁଷିକ Superhuman.
- ଅସାଧାରଣ Extraordinary.
- ମନୁଷ୍ୟର କ୍ଷମତାବହିର୍ଭୁତ Beyond the power of man.
- ସ୍ୱର୍ଗୀୟ;ଐଶ୍ୱରିକ Divine.
|
| 2018 |
ଅତିମାତ୍ର |
- Atimātra (ସଂ.ବିଣ.) - (ଯାହା ମାତ୍ରାକୁ ଅତିକ୍ରମ କରିଅଛି) ମାତ୍ରାରୁ ବଳି ପଡ଼ିଥିବା Exceeding the usual dose.
- ଅତ୍ୟଧିକ Excessive.
- ଅସାଧାରଣ Extraordinary; inordinate.
- (ସଂ.କ୍ରି.ବିଣ.) - ଅତ୍ୟଧିକ ପରିମାଣରେ Excessively; too much.
|
| 2019 |
ଅତିମାତ୍ରା |
- Atimātrā (ସଂ.ବିଣ.) - ଔଷଧାଦିର ଅତିରିକ୍ତ ମାତ୍ରା Overdose.
- କୌଣସି ବିଷୟ ବା ବସ୍ତୁର ପ୍ରୟୋଜନାତିରିକ୍ତ ପରିମାଣ Quantity or measure much in excess of the requirement.
|
| 2020 |
ଅତିମାନ |
- Atimāna (ସଂ.ବି.) - ଅତ୍ୟନ୍ତ ଆତ୍ମଗର୍ବ Excessive haughtiness; too much selfconceit.
- ବିଶେଷ ସମ୍ମାନ Great honour.
- (ସଂ.ବିଣ.) - (ଅବ୍ୟୟୀଭାବ; ମାନକୁ ଅତିକ୍ରମ କରି) ଅମାପ Immeasurable.
- ସୁବିସ୍ତୀର୍ଣ୍ଣ Extensive.
- ଅତିମାନୀ (ପୁଂ)
- ଅତିମାନିନୀ (ସ୍ତ୍ରୀ)
|