| 1986 |
ଅତିପ୍ରଶ୍ନ |
- Atipraṡna (ସଂ.ବି.) - ଅନାବଶ୍ୟକ ଅତିରିକ୍ତ ପ୍ରଶ୍ନ Extravagant question.
- ଜ୍ଞାନର ଅଗମ୍ୟବିଷୟକ ପ୍ରଶ୍ନ Question regarding transcendental objects.
- ମର୍ଯ୍ୟାଦା ଅତିକ୍ରମପୂର୍ବକ କରାଯିବା ପ୍ରଶ୍ନ Disrespectful or uncivil question.
- ସନ୍ତୋଷଜନକ ଉତ୍ତର ଦିଆଯିବା ପରେ ସୁଦ୍ଧା କରାଯିବା ବିରକ୍ତିକର ପ୍ରଶ୍ନ Vexatious question asked after a satisfactory reply is given.
|
| 1987 |
ଅତିବଡ଼ |
- Atibaṟḍ̠a (ଦେ.ବିଣ.) - ଖୁବ୍ ବଡ଼ Very big.
- ମାନ୍ୟାସ୍ପଦ (ବ୍ୟକ୍ତି) Honourable
- (ଦେ.ବି.) - ଚୈତନ୍ୟଙ୍କ ସମସାମୟିକ ଓଡ଼ିଆଭାଗବତପ୍ରଣେତା ଜଗନ୍ନାଥ ଦାସଙ୍କର ଚୈତନ୍ୟ ପ୍ରଦତ୍ତ ନାମ A name of the poet Jagannātha Dāsa
[ ଦ୍ର ] ମାନ୍ୟାସ୍ପଦ ଲୋକଙ୍କ ନାମ ପୂର୍ବେ ବ୍ୟବହୃତ; ଶ୍ରୀ ଚୈତନ୍ୟ ଜଗନ୍ନାଥ ଦାସଙ୍କୁ 'ଅତିବଡ଼' ଉପାଧି ଦେଇଥିଲେ। (ଗଡ଼ଜାତ) ସ୍ୱର୍ଗୀୟ ରାଜାଙ୍କ ନାମ ପୂର୍ବରେ ସମ୍ମାନାର୍ଥ ବ୍ୟବହୃତ ଶବ୍ଦ; ସ୍ୱର୍ଗୀୟ; ମାନନୀୟ ଇତ୍ୟାଦି The late honourable (so & so).
|
| 1988 |
ଅତିବଡ଼ୀ |
- Atibaṟḍ̠ī (ଦେ.ବି.) - ଚୈତନ୍ୟ ଦେବଙ୍କ ସମସାମଯିକ ଓଡ଼ିଆ ଭାଗବତ ପ୍ରଣେତା ଭକ୍ତକବି ଜଗନ୍ନାଥ ଦାସଙ୍କ ପ୍ରବର୍ତ୍ତିତ ବୈଷ୍ଣବ ସମ୍ପ୍ରଦାୟ Name of the sect of Ba̲i̱shṅabas started by the poet-devotee Jagannātha Dāsa whom Cha̲i̱tanya styled Atibaṟḍ̠a.
- (ଦେ.ବିଣ.) - ଅତିବଡ଼ୀ ସମ୍ପ୍ରଦାୟ ସମନ୍ଧୀୟ Relating to the Atibaṟḍ̠i sect.
[ ଦ୍ର ] ଶ୍ରୀ ଚୈତନ୍ୟଦେବ ପୁରୀଠାରେ ଅବସ୍ଥାନ କରୁଥିବା ସମୟରେ ବଡ଼ ଦେଉଳ ବେଢ଼ାମଧ୍ୟସ୍ଥ ଅକ୍ଷୟ ବଟମୂଳରେ ଜଗନ୍ନାଥ ଦାସ ତାଙ୍କ ଅନୁଦିତ ଓଡ଼ିଆ ଭାଗବତ ୧୦ମ ଓ ୧୧ଶ ସ୍କନ୍ଧ (ବ୍ରହ୍ମଜ୍ଞାନ) ପାଠ କରୁଥିଲେ। ଚୈତନ୍ୟଦେବ ଜଗନ୍ନାଥଙ୍କ ଭକ୍ତି ପ୍ରବଣତାରେ ମୁଗ୍ଧ ହୋଇ 'ଅତିବଡ଼' ଉପାଧିରେ ଡାକିଲେ। ତଦବଧି ଜଗନ୍ନାଥ ଦାସଙ୍କ ପ୍ରଚାରିତ ବୈଷ୍ଣବ ସମ୍ପ୍ରଦାୟ ଅତିବଡ଼ୀ ନାମରେ ବିଖ୍ଯାତ। ଏ ସମ୍ପ୍ରଦାୟର ସାଧକମାନେ ଜ୍ଞାନ ସାଧନ, ଦେହରେ ବାୟୁ ସାଧନ, ଶରୀର ଭେଦ ନାମକ ତାନ୍ତ୍ରିକ ସାଧନ ଓ ଜ୍ୟୋତି ଦର୍ଶନ ଆଦିକୁ ଧର୍ମର ବିଶିଷ୍ଟ ସାଧନାଙ୍ଗ ବୋଲି ଗ୍ରହଣ କରନ୍ତି। ନେମାଳମଠର ପୁରୁଷାନୁକ୍ରମିକ ଶିଷ୍ୟ ଓଡ଼ିଶାର ଗୋପାଳ ଜାତିଙ୍କ ଛଡ଼ା ଓଡ଼ିଶାର ଅନ୍ୟ ସମସ୍ତ ଶୂଦ୍ରମାନେ ଅତିବଡ଼ୀ ସମ୍ପ୍ରଦାୟଭୁକ୍ତ ଅଟନ୍ତି।]
|
| 1989 |
ଅତିବର୍ତ୍ତନ |
Also : [ ଅତିବର୍ତ୍ତିତ, ଅତିବର୍ତ୍ତୀ, ଅତିବର୍ତ୍ତିନୀ (ସ୍ତ୍ରୀ) ]
- Atibarttana (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.
- ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.
- କ୍ଷମାଯୋଗ୍ୟ ଅପରାଧ A pardonable offence.
- ଦଣ୍ଡରୁ ନିଷ୍କୃତି Exemption from punishment.
- ଅଗ୍ରଗମନ Proceeding in advance.
|
| 1990 |
ଅତିବଳ |
- Atibaḻa (ସଂ.ବିଣ.) - ଅତ୍ୟନ୍ତ ବଳଶାଳୀ Very strong.
- ଅତ୍ୟନ୍ତ ବେଗବାନ୍ Very forcible
|