| 1991 |
ଅତିବଳା |
Other Name: [ ପୀତପୁଷ୍ପୀ; ବାଟ୍ୟାନଳକ; ବାଟ୍ୟାଳକା ]
- Atibaḻā (ସଂ.ବିଣ.) - ଅତିବଳର ସ୍ତ୍ରୀଲିଙ୍ଗ Feminine of Atibaḻa.
- (ସଂ.ବି.) - ଗୁପ୍ତ ବିଦ୍ୟାବିଶେଷ Name of a mysterious art.
- ବଜ୍ରମୂଳୀ ଗୁଳ୍ମ; ନାଲି ବାଡ଼ିଅଅଁଳା A plant; Sida Rhombifolia (Kirtikar)
- ଦକ୍ଷକନ୍ୟାବିଶେଷ Name of a daughter of Dakshya.
|
| 1992 |
ଅତିବାଦ |
- Atibāda (ସଂ.ବି.) - ଅତ୍ୟଧିକ କଥନ Excessive talking.
- ଝଗଡ଼ା; କଳି Quarrel; wrangling.
- ଗାଳି Abuse.
- ଅତ୍ୟୁକ୍ତି; ବହୁଳୋକ୍ତି Exageration.
- ନିନ୍ଦାବାଦ Vilification.
- ଅପ୍ରିୟ ବା କଠୋର ବାକ୍ୟ Harsh or cruel words.
- ବିତଣ୍ଡା Excessive argument.
- ସମସ୍ତଙ୍କୁ ବଳି କଥା କହିବା Speaking louder than others in conversation.
- ଅନ୍ୟମାନଙ୍କ ମତ ଖଣ୍ଡନପୂର୍ବକ ଆପଣାର ମତ ପ୍ରତିଷ୍ଠା Establishing one's opinion after refuting that of others.
- ଅତିବାଦୀ (ପୁଂ),
- ଅତିବାଦିନୀ (ସ୍ତ୍ରୀ)
|
| 1993 |
ଅତିବାରୁ |
- Atibāru (ଦେ.ବି.) - ଅତ୍ୟନ୍ତ ବେଗବାନ୍ ଅଶ୍ୱ A fleet horse.
- କାହାଣୀରେ ବର୍ଣ୍ଣିତ ପକ୍ଷୀରାଜ ଘୋଡ଼ା The winged horse of the legends; Pegasus.
|
| 1994 |
ଅତିବାଳା |
- Atibāḻā (ସଂ.ବି.) - ଦୁଇବର୍ଷ ବୟସ୍କା ଗାଈ A cow two years old.
|
| 1995 |
ଅତିବାସ |
- Atibāsa (ସଂ.ବି.) - ଶ୍ରାଦ୍ଧ ପୂର୍ବଦିନ କରାଯିବା ଉପବାସ Fast observed on the day preceding a ṡrāddha.
|