| 1966 |
ଅତିଦାନୀ |
Category : [ Gift ]
Also : [ ଅତିଦାତା ]
- Atidānī (ସଂ.ବିଣ.) - ଶକ୍ତି ବହିର୍ଭୂତ ଦାନକାରୀ Lavish of gifts beyond one's means
- ବିଶେଷ ଦାନଶୀଳ Very liberal (person.
|
| 1967 |
ଅତିଦାହ |
- Atidāha (ସଂ.ବି.) - ଦେହର ଅତ୍ୟନ୍ତ ପୋଡ଼ାଜଳା Violent inflammation of the body.
|
| 1968 |
ଅତିଦୀପ୍ୟ |
- Atidīpya (ସଂ.ବି.) - ରକ୍ତଚିତା ଗୁଳ୍ମ A plant; Plumbago Rosea.
|
| 1969 |
ଅତିଦେଶ |
- Atideṡa (ସଂ.ବି.) - (ବ୍ୟାକରଣ) ଏକ ପଦାର୍ଥର ଧର୍ମ ବା କ୍ରିୟାକୁ ସଦୃଶାର୍ଥେ ଅନ୍ୟ ପଦାର୍ଥଠାରେ ଆରୋପଣ (grammar) Act of assigning an effect to other than its own cause by analogy.
- [ ଦ୍ର ] ଗୋ ଶବ୍ଦରୁ ସଦୃଶରୂପଧାରୀ ଅର୍ଥରେ ଉତ୍ପନ୍ନ 'ଗବୟ' ଶବ୍ଦରୂପ—ଅତିଦେଶର ଉଦାହରଣ। ଅତିଦେଶ ପାଞ୍ଚ ପ୍ରକାରର, ଯଥା - ଶସ୍ତ୍ର, କାର୍ଯ୍ୟ, ନିମିତ୍ତ, ବ୍ୟପଦେଶ ଓ ରୂପ।
- (ସ୍ମୃତି) ଯେଉଁ ନିୟମ ଆପଣା ନିର୍ଦ୍ଦିଷ୍ଟ ବିଷୟର ଅତିରିକ୍ତ ଅନ୍ୟ ବିଷୟରେ ମଧ୍ୟ ଖଟାଯାଏ। (law) A rule which is made to apply to cases other than those for which it was laid down.
|
| 1970 |
ଅତିଦୈବ |
- Atida̲i̱ba (ସଂ.ବିଣ.) - (ଅତି+ଦେବ; ଯାହା ଦେବତାଙ୍କୁ ଅତିକ୍ରମ କରିଅଛି) ଦେବତାମାନଙ୍କ ସାଧ୍ୟାତୀତ (କର୍ମ) Impossible of performance by the gods.
|