Language Section

 

 

 

 

 

 

Dictionary : View_page

ID Main Word Content
1921 ଅତିକଥା
  1. Atikathā (ସଂ.ବି.) - (ଅତି=ଅତିରିକ୍ତ+କଥା) ବୃଥା ଭାଷଣ Fruitless talk.
  2. ବାଗାଡ଼ମ୍ବର Talkativeness.
1922 ଅତିକନ୍ଦ

Category : [ Plant ]

  1. Atikanda (ସଂ.ବି.)  - (ଅତି+କନ୍ଦ; ଏହାର ମୂଳ ଖୁବ୍ ବଡ଼ ଥିବାରୁ)  ହସ୍ତିକନ୍ଦ ନାମକ ଗୁଳ୍ମ A kind of plant having a bulbous root; Hastikanda.
1923 ଅତିକାୟ
  1. Atikāya (ସଂ.ବିଣ.)  - ବୃହଦବୟବ; ଦୀର୍ଘକାୟ Big-bodied; corpulent.
  2. ପ୍ରକାଣ୍ଡ Gigantic.
  3. (ସଂ.ବି.) - ରାବଣର ପୁତ୍ରବିଶେଷ, ଏହାକୁ ଲକ୍ଷ୍ମଣ ବଧ କରିଥିଲେ A son of Rābaṇa.
  • ଅତିକାୟା (ସ୍ତ୍ରୀ)
1924 ଅତିକାଳ
  1. Atikāla (ସଂ.ବି.) - ବିଳମ୍ବ Delay.
  2. କୁସମୟ Bad time.
1925 ଅତିକୃଚ୍ଛ୍ର
  1. Atikṛuchchhra (ସଂ.ବି.) - ବହୁତ କଷ୍ଟ Much trouble.
  2. ଛଅ ଦିନରେ ସମାପ୍ୟ ପ୍ରାୟଶ୍ଚିତ୍ତବିଶେଷ A difficult expiation performed in six days.

    [ ଦ୍ର ]  ଏଥିରେ ପ୍ରଥମ ଦିନ ସକାଳେ ଗୁଣ୍ଡାଏ ଅନ୍ନ, ଦ୍ୱିତୀୟ ଦିନ ସନ୍ଧ୍ୟା ବେଳେ ଗୁଣ୍ଡାଏ, ତୃତୀୟ ଦିନ ଦିନଭାଗରେ ମିଳିଲେ ଗୁଣ୍ଡାଏ ଏବଂ ଶେଷ ତିନିଦିନ ନିରାହାର ରହିବାକୁ ହୁଏ।
     
  3. ବାର ଦିନରେ ସମାପ୍ୟ ପ୍ରାୟଶ୍ଚିତ୍ତବିଶେଷ  An expiation performed in 12 days.

    [ ଦ୍ର ] ତିନି ଦିନ ସନ୍ଧ୍ୟା ବେଳେ, ତିନି ଦିନ ସକାଳେ ଓ ତିନି ଦିନ ଅଯାଚିତୋପସ୍ଥିତ ଖାଦ୍ୟ ଯାହା ମିଳିବ ଏପରି ନଅ ଦି କେବଳ ମାତ୍ର ଏକ ଗୁଣ୍ଡା ଲେଖାଏଁ ଖାଇବ ଓ ଶେଷ ତିନି ଦିନ ନିର୍ଜଳ ଉପବାସ କରିବ। ଏପରି ବାର ଦିନେ 'ଅତିକୃଚ୍ଛ୍ର ବ୍ରତ' ପାଳନ କରାଯାଏ।
  4. (ସଂ.ବିଣ.) - ଅତ୍ୟନ୍ତ କଷ୍ଟସାଧ୍ୟ— Very difficult performance.)  
Page 385 of 605



expoodisha.com

 

Other Dictionary