| 1931 |
ଅତିକ୍ରମଣୀୟ |
- Atikramaṇīya (ସଂ.ବିଣ.) - ଯାହାକୁ ଅତିକ୍ରମ କରାଯାଇ ପାରେ Passable.
|
| 1932 |
ଅତିକ୍ରମିବା |
- Atikramibā (ଦେ.କ୍ରି.) - ଅତିକ୍ରମ କରିବା; ଡେଇଁଯିବା; ଟପିବା To pass over.
- ପାରି ହେବା To cross over.
- ଆକ୍ରମଣ କରିବା To attack.
- ଲଘଂନ କରିବା; ଅନ୍ଯଥା କରିବା To transgress; to disobey.
- ଅବଜ୍ଞା କରିବା To disregard.
- ଅବମାନନା କରିବା To show disrespect.
|
| 1933 |
ଅତିକ୍ରାନ୍ତ |
- Atikrānta (ସଂ.ବିଣ.) - ଗତ; ଅତୀତ; (ସମୟର ସୀମା) ବିତିଥିବା Past beyond; passed.
- ଲଘିଂତ Transgressed; violated.
- ଯାହାକୁ ମନୁଷ୍ୟ ଟପି ଯାଇ ନ ଥାଏ; ଉଲ୍ଲଘିଂତ Passed over.
- ଯାହାକୁ ମନୁଷ୍ୟ ପାରି ହୋଇଥାଏ Crossed over.
- ଯାହାକୁ କେହି ବଳି ଯାଇଥାଏ Surpassed.
- ଆକ୍ରାନ୍ତ Attacked.
- ଅନାଦୃତ; ଅବଜ୍ଞାତ Slighted; disregarded.
- ଯାହାର ସୀମାକୁ ମନୁଷ୍ୟ ବଳିଯାଇଥାଏ Gone beyond.
|
| 1934 |
ଅତିଗଣ୍ଡ |
- Atigaṇḍa (ସଂ.ବି.) - ଜ୍ୟୋତିଷଶାସ୍ତ୍ରୋକ୍ତ ୨୭ ଯୋଗ ମଧ୍ୟରୁ ଏକତମ One of the 27 astrological conjunctions.
- ଜ୍ୟୋତିଷ ଶାସ୍ତ୍ରରେ କୌଣସି ବିଷୟରେ ବହୁ ପରିମାଣରେ ଗଣ୍ଡଦୋଷ ଲକ୍ଷିତ ହେବା ଅବସ୍ଥା A state of things in which there appear many a gandadosha according to astrological calculations.
- ଆର୍ଦ୍ରା ନକ୍ଷତ୍ରର ଗୋଟିଏ ତାରାର ନାମ Name of a star of the 6th lunar asterism (Apte).
- ଅତି ବଡ଼ ଗଣ୍ଡଦେଶ A very large cheek.
- (ସଂ.ବିଣ.) - (ବହୁବ୍ରୀହି) ଉଞ୍ଚକପାଳିଆ Having very large temples or cheeks.
|
| 1935 |
ଅତିଗନ୍ଧ |
Category : [ Plant ]
- Atigandha (ସଂ.ବିଣ.) - ଉଗ୍ରଗନ୍ଧବିଶିଷ୍ଟ Strong-smelling.
- (ସଂ.ବି.) - ଚମ୍ପକ; ଚମ୍ପା A tree and flower; champā.
- ଗନ୍ଧକ Sulpher.
- ଏକପ୍ରକାର ଉଗ୍ରଗନ୍ଧଯୁକ୍ତ ତୃଣ; ଭୂସ୍ତୃଣ; ଧନିତ୍ରୀ Lemongrass.
|