| 1911 |
ଅତାଇଚ |
Category : [ poison ]
- Atāicha (ଦେ.ବି.) - ମହୁରା; ବିଷବିଶେଷ Aconite.
|
| 1912 |
ଅଗତାଗମ୍ |
- Atāgam (ଦେ.ବି.) - ଆତଯାତ; ଯାଆସ; ଚଳପ୍ରଚଳ; ଗମନାଗମନ Frequenting; coming and going.
- ଇୟତ୍ତା; ନିର୍ଦ୍ଧାରଣ Ascertainment
- ମାପ; ଗଣନା Measurement.
- ପତ୍ତା; ସନ୍ଧାନ Clue.
- ଚିହ୍ନ; ଶଙ୍କୁ Trace; vestige.
- (ଦେ.ବିଣ.) - ସର୍ବଦା ଯିବା ଆସିବା କରାଯାଉଥିବା (ସ୍ଥାନ) Frequented (place).
- ନିର୍ଦ୍ଧାରିତ Ascertained.
- ମାପ କରାଯାଇଥିବା Measured.
|
| 1913 |
ଅତାର |
Also : [ ବେତାର ]
- Atāra (ଦେ.ବିଣ.) - ବେତାର; ଯେଉଁ ସମ୍ବାଦ ଦୂରକୁ ପଠାଯିବା ପାଇଁ ଟେଲିଗ୍ରାଫ୍ ତାର ଲୋଡ଼ା ହୁଏ ନାହିଁ Wireless (telegram).
|
| 1914 |
ଅତାରୀ |
- Atārī (ଦେ.ବି.) - (ନାମ) ପଞ୍ଜାବର ଗୋଟିଏ ପ୍ରାଚୀନ ସମୃଦ୍ଧିଶାଳୀ ନଗର; ଆଜିକାଲି ଏହାର ଧ୍ୱଂସାବଶେଷ ରହିଅଛି Name of a ruined ancient town in the Panjāba.
- (ଦେ.ବିଣ.) - ଯେଉଁ ଚିନି ବା କନ୍ଦମିଶା ପାଣି ନିଆଁ ଉପରେ ଆଉଟା ହୋଇ ପାଗ ହେବା ଅବସ୍ଥାରେ ତାର ବାନ୍ଧି ନ ଥାଏ ଅର୍ଥାତ୍ ବହଳିଆ ପାଲଟି ନ ଥାଏ (Solution of sugar of syrup) Which has not yet thickened to the required thickness.
|
| 1915 |
ଅତାଳଜ୍ଞାନୀ |
- Atāḻajn̄ānī (ଦେ.ବିଣ.) - ଯେଉଁ ବ୍ୟକ୍ତିର ତାଳଜ୍ଞାନ ନ ଥାଏ Having no knowledge of musical cadence.
|