| 1916 |
ଅତାଳିଆ |
- Atāḻiā (ଦେ.ବିଣ.) - ବେତାଳିଆ; ତାଳରହିତ (ଗୀତବାଦ୍ୟାଦି) Unmusical (performance or song); having no musical cadence
- ତାଳଜ୍ଞାନଶୂନ୍ୟ (ବ୍ୟକ୍ତି) Having no knowledge of musical cadence.
- (ଲକ୍ଷଣାର୍ଥ) ସାମଞ୍ଜସ୍ୟହୀନ; ଧାରାହୀନ Unsystematic; unmethodical.
- (ଲକ୍ଷଣାର୍ଥ) ଅଖାଡ଼ୁଆ Awkward.
|
| 1917 |
ଅତାଳୁଆ |
Also : [ ଅତାଳିଆ ]
- Atāḻuā (ଦେ.ବିଣ.) - ବେତାଳିଆ; ତାଳରହିତ (ଗୀତବାଦ୍ୟାଦି) Unmusical (performance or song); having no musical cadence
- ତାଳଜ୍ଞାନଶୂନ୍ୟ (ବ୍ୟକ୍ତି) Having no knowledge of musical cadence.
- (ଲକ୍ଷଣାର୍ଥ) ସାମଞ୍ଜସ୍ୟହୀନ; ଧାରାହୀନ Unsystematic; unmethodical.
- (ଲକ୍ଷଣାର୍ଥ) ଅଖାଡ଼ୁଆ Awkward.
|
| 1918 |
ଅତାହିତ |
Also : [ ଅତାହିତା, ଅତାହୁତ ]
- Atāhita (ଦେ.ବି.) - ଗରହେପାଦସ୍ତ; ଅଯତ୍ନ; ଅଚାହିତା; ଅନାଦର; ଅଣହେଳା Neglect; want of proper care.
- (ଦେ.ବିଣ.) - ଅଯତ୍ନପାଳିତ— Not brought up with proper care
|
| 1919 |
ଅତି |
- Ati (ସଂ.ଅ.) - ସମଧିକ; ଅତିଶୟ; ଅତ୍ୟନ୍ତ; ଅତିରିକ୍ତ; ବେଜାୟ୍ Very; very much; too much; excessive;
- ଅତି ବଡ଼ Very big; very large.
- (ସଂ.) - ଉପସର୍ଗ (a prefix denoting)
- ଅତିରିକ୍ତ Excessive. (ଯଥା - ଅତିଦାନ; ଅତି କଥା।)
- ସୀମା ଅତିକ୍ରମ କରି Beyond. (ଯଥା - ଅତି ଦୈବ; ଅତିଚାର)।
|
| 1920 |
ଅତିଅନ୍ତ |
- Atianta (ଗ୍ରା.) - ଅତ୍ୟନ୍ତ; ଅତି; ଅତିଶୟ Very; very much; too much.
|