Language Section

 

 

 

 

 

 

Dictionary : View_page

ID Main Word Content
1906 ଅତଳାନ୍ତକ ମହାସାଗର
  1. Ataḻāntaka mahāsāgara (ଦେ.ବି.) - ଆଟ୍ଲାଣ୍ଟିକ୍ ମହାସାଗର; ଯେଉଁ ମହାସାଗରର ପୂର୍ବ ପାଖେ ଇଉରୋପ ଓ ଆଫ୍ରିକା ଏବଂ ପଶ୍ଚିମ ପାଖେ ଉତ୍ତର ଓ ଦକ୍ଷିଣ ଆମେରିକା The Āṭlānṭic Ocean.
1907 ଅତସ
  1. Atasa (ସଂ.ବି.) - ବାୟୁ; ପବନ The air; wind.
  2. ଆତ୍ମା The soul.
  3. ଛଣପଟ ଅଂଶୁରେ ବୁଣା ଲୁଗା Cloth made from flax.
1908 ଅତସୀ

Category : [ Plant ]

Also : [ ଅତସୀ ଚଣା ] 

Other Name : [ ଉମା; ରୁଦ୍ରପତ୍ନୀ; ମସୃଣା ମସିନା; ତିସୀ ଅଲସୀ; ତୀସି. ଆବିଷେ, ନଳୟଗସି, ଅଳସୀ ]

  1. Atasi (ସଂ.ବି.) - ଫେଶୀ; ପେଶୁ Linseed; Linum Usitatissimum.


 [ ଦ୍ର ] ଏହା ଏକ କୃଷିଜାତ ତୈଳପ୍ରଦ ବୀଜଯୁକ୍ତ ଗୁଳ୍ମ; ଏହି ଗୁଳ୍ମର ମଞ୍ଜି ପେଶୁ ବା ତିସି ଅଟେ। ଏ ଗୁଳ୍ମର ଫୁଲ ପଞ୍ଚଦଳ, ଈଷତ୍ ଶ୍ୟାମଳ ବା ଆକାଶ ପରି ନୀଳବର୍ଣ୍ଣ; ଏଥିର ଡାଙ୍ଗକୁ ପାଣିରେ ସଢ଼ାଇଲେ ଏଥିରୁ ଯେଉଁ ସୂକ୍ଷ୍ମ ଅଂଶୁ ବାହାରେ ତାହା ଝୋଟ ଅପେକ୍ଷା ଦୃଢ଼ ଓ ମସୃଣ। ବୈଦ୍ୟଶାସ୍ତ୍ର ମତରେ ଏହା ମଧୁରରସ, ସ୍ନିଗ୍ଧ; ଗୁରୁ, ବଳକାରକ, କଫବର୍ଦ୍ଧକ, ବାୟୁ ଓ ପିତ୍ତନାଶକ; ଏହା ଶୁକ୍ର ଓ ଦୃଷ୍ଟି ଶକ୍ତିର ହାନୀକର। ଏଥିର ବୀଜର ତୈଳ ମଳକାରକ, ଅଗ୍ନିବର୍ଦ୍ଧକ ଓ ଅବିରେଚକ; ଏଥିର ବୀଜର ତୈଳ ନୟନସୁକ୍ ତେଲ (Linseed oil) ନାମରେ ରଙ୍ଗରେ ମିଶାଯାଏ। 

1909 ଅତସ୍ତତଃ
  1. Atastataḥ (ସଂ.କ୍ରି.ବିଣ.) - ଇତସ୍ତତଃ; ଏଣେତେଣେ, ଚତୁର୍ଦ୍ଦିଗରେ (ବିକ୍ଷିପ୍ତ)  (strewn) Here and there.
  2. ଗୋଳମାଳିଆ ଭାବରେ Confusedly; jumbled together.
1910 ଅତା

Also : [ ଅତ୍ତା ]

  1. Atā (ଦେ.)(ପ୍ରାଦେ/ଗଞ୍ଜାମ) ନାଟ୍ୟୋକ୍ତିରେ ଅତ୍ତା ବୋଲି ମା, ଶାଶୁ ଓ ବଡ଼ ଭଉଣୀଙ୍କୁ ସମ୍ବୋଧନ କରାଯାଏ। ତୈଲଙ୍ଗୀୟମାନେ ମା ଓ ବଡ଼ ଭଉଣୀଙ୍କୁ 'ଅତା' ଡାକନ୍ତି। (ତୈଲଙ୍ଗୀୟ ସଂସ୍ରବରେ ଗଞ୍ଜାମର ଦକ୍ଷିଣ ଅଂଶର ଓଡ଼ିଆମାନେ ମଧ୍ୟ ଏହି ଅର୍ଥରେ ଏ ଶବ୍ଦ ବ୍ୟବହାର କରନ୍ତି)  ମା ଓ ବଡ଼ ଭଉଣୀଙ୍କୁ ସମ୍ବୋଧନ A term used in addressing one's mother and elder sister.
Page 382 of 605



expoodisha.com

 

Other Dictionary