| 1896 |
ଅତର୍କିତଚର |
- Atarkitachara (ସଂ.ବିଣ.) - ଯେଉଁ ବ୍ୟକ୍ତି ପୂର୍ବରୁ ସମ୍ବାଦ ନ ଦେଇ ଉପସ୍ଥିତ ହୁଏ (a person) Who arrives without giving previous intimation; arriving unannounced.
|
| 1897 |
ଅତର୍କ୍ୟ |
- Atarkya ସଂ.ବିଣ.) - ଅଚିନ୍ତ୍ୟ Inconceivable.
- ଚିନ୍ତାର ଅଗମ୍ୟ Baffling thought.
- ତର୍କରଅଯୋଗ୍ୟ; ଯାହା ବିଷୟରେ ତର୍କ ବିତର୍କ ହୋଇ ନ ପାରେ Baffling reasoning.
|
| 1898 |
ଅତର୍ଛ |
Also : [ ଅତରଛ, ଅତ୍ରିଛା ]
- Atarchha (ଦେ.ବିଣ.) - ଛାନିଆଁ; ମହାଭୀତ; ବିହ୍ୱଳ Terrified.
- ହଠାତ୍ ଭୟତ୍ରସ୍ତ; ଘାବରା Suddenly frightened.
- କିଂକର୍ତ୍ତବ୍ୟବିମୂଢ଼ Bewildered.
- ଡରୁଆ Timid.
- ଯାହା ତର ସହେ ନାହିଁ Brooking no delay.
- (ଦେ.ବି.) - ତ୍ରାସ; ମହାଭୟ Terror.
- ହଠାତ୍ ଉପସ୍ଥିତ ଭୟ Sudden fright.
- ଉଦ୍ବେଗ Anxiety.
- କିଂକର୍ତ୍ତବ୍ୟବିମୂଢ଼ତା Bewilderment.
|
| 1899 |
ଅତର୍ଛିଆ |
Also : [ ଅତରଛ, ଅତର୍ଛ ]
- Atarchhiā (ଦେ.ବିଣ.) - ହଠାତ୍ ଭୀତି ଉତ୍ପାଦନକାରୀ Terrific; frightful.
- ଛାନିଆଁ; ମହାଭୀତ; ବିହ୍ୱଳ Terrified.
- ହଠାତ୍ ଭୟତ୍ରସ୍ତ; ଘାବରା Suddenly frightened.
- କିଂକର୍ତ୍ତବ୍ୟବିମୂଢ଼ Bewildered.
- ଡରୁଆ Timid.
- ଯାହା ତର ସହେ ନାହିଁ Brooking no delay.
- (ଦେ.ବି.) - ତ୍ରାସ; ମହାଭୟ Terror.
- ହଠାତ୍ ଉପସ୍ଥିତ ଭୟ Sudden fright.
- ଉଦ୍ବେଗ Anxiety.
- କିଂକର୍ତ୍ତବ୍ୟବିମୂଢ଼ତା Bewilderment.
|
| 1900 |
ଅତର୍ଛେଇବା |
- Atarchheibā (ଦେ.କ୍ରି.) - ଅତର୍ଛ କରିବା; ଡରାଇବା To frighten; to terrify.
- ଉଚ୍ଛନ୍ନ କରିବା To hurry up.
- ବିଳମ୍ବ ନ ସହିବା To brook no delay.
- କୌଣସି ବ୍ୟକ୍ତିର ମନରେ ଉଦ୍ବେଗ ଜନ୍ମାଇବା To cause anxiety to a person.
|