Language Section

 

 

 

 

 

 

Dictionary : View_page

ID Main Word Content
1771 ଅଣୁବେଦାନ୍ତ

Category : [ Book ]

  1. Aṇubedānta (ସଂ.ବି.) -  ବେଦାନ୍ତ ଗ୍ରନ୍ଥବିଶେଷ  Name of a treaties on the Bedānta Philosophy.
1772 ଅଣୁବ୍ରତ
  1. Aṇubrata (ସଂ.ବି.) - ଜୈନମାନଙ୍କର ବାର ଗୋଟି ବ୍ରତ ବା ଓଷା  Name of the 12 small duties or vows amongst the Ja̲i̱na laymen.


 [ ଦ୍ର ]  ଜୈନମାନଙ୍କ ଶାସ୍ତ୍ର ଅନୁସାରେ ଏହା ଗୃହସ୍ଥ ଧର୍ମର ଏକ ଅଙ୍ଗ ଅଟେ। ଏହାର ୫ଟି ଭେଦ ଅଛି ଯଥା - ୧. ପ୍ରାଣାତିପାତ ବିରମଣ; ୨. ମୃଶାବାଦ ବିରମଣ; ୩. ଅଦତ୍ତନାଦ ବିରମଣ; ୪. ମୈଥୁନ ବିରମଣ ଓ ୫. ପରିଗ୍ରହ ବିରମଣ। ପାତଞ୍ଜଳି ଯୋଗଶାସ୍ତ୍ରରେ ଏହାକୁ ଯମ କହନ୍ତି।

1773 ଅଣୁଭା
  1. Aṇubhā (ସଂ.ବି.) - (ଅଳ୍ପକାଳସ୍ଥାୟିନୀ+ଭା=ପ୍ରଭା, ଯାହାର) ବିଦ୍ୟୁତ୍; ବିଜୁଳି Lightning.
1774 ଅଣୁମାତ୍ର

Also : [ ଅଣୁମାତ୍ରକ ]

  1. Aṇumātra (ସଂ.ବିଣ.) - ଅଣୁପରିମିତ Atomic.
  2. ଅତି କ୍ଷୁଦ୍ର; କ୍ଷୁଦ୍ରାଦପି କ୍ଷୁଦ୍ର  Infinitesimal.
  3. ଅଣୁଆକାରବିଶିଷ୍ଟ Having the size of an atom.
  4. (ଦେ.ବି.) - ଅତି ସାମାନ୍ୟ ପରିମାଣ  A particle or minute quantity.
1775 ଅଣୁମାତ୍ରେ
  1. Aṇumātre (ଦେ.କ୍ରି. ବିଣ.) - ସାମାନ୍ୟ ପରିମାଣରେ In the slightest quantity.
  2. ସାମାନ୍ୟ ପ୍ରକାରେ In the slightest manner.
  3. ଟିକିଏ ମାତ୍ର In the least.
Page 355 of 933



expoodisha.com

 

Other Dictionary