| 1771 |
ଅଣୁବେଦାନ୍ତ |
Category : [ Book ]
- Aṇubedānta (ସଂ.ବି.) - ବେଦାନ୍ତ ଗ୍ରନ୍ଥବିଶେଷ Name of a treaties on the Bedānta Philosophy.
|
| 1772 |
ଅଣୁବ୍ରତ |
- Aṇubrata (ସଂ.ବି.) - ଜୈନମାନଙ୍କର ବାର ଗୋଟି ବ୍ରତ ବା ଓଷା Name of the 12 small duties or vows amongst the Ja̲i̱na laymen.
[ ଦ୍ର ] ଜୈନମାନଙ୍କ ଶାସ୍ତ୍ର ଅନୁସାରେ ଏହା ଗୃହସ୍ଥ ଧର୍ମର ଏକ ଅଙ୍ଗ ଅଟେ। ଏହାର ୫ଟି ଭେଦ ଅଛି ଯଥା - ୧. ପ୍ରାଣାତିପାତ ବିରମଣ; ୨. ମୃଶାବାଦ ବିରମଣ; ୩. ଅଦତ୍ତନାଦ ବିରମଣ; ୪. ମୈଥୁନ ବିରମଣ ଓ ୫. ପରିଗ୍ରହ ବିରମଣ। ପାତଞ୍ଜଳି ଯୋଗଶାସ୍ତ୍ରରେ ଏହାକୁ ଯମ କହନ୍ତି।
|
| 1773 |
ଅଣୁଭା |
- Aṇubhā (ସଂ.ବି.) - (ଅଳ୍ପକାଳସ୍ଥାୟିନୀ+ଭା=ପ୍ରଭା, ଯାହାର) ବିଦ୍ୟୁତ୍; ବିଜୁଳି Lightning.
|
| 1774 |
ଅଣୁମାତ୍ର |
Also : [ ଅଣୁମାତ୍ରକ ]
- Aṇumātra (ସଂ.ବିଣ.) - ଅଣୁପରିମିତ Atomic.
- ଅତି କ୍ଷୁଦ୍ର; କ୍ଷୁଦ୍ରାଦପି କ୍ଷୁଦ୍ର Infinitesimal.
- ଅଣୁଆକାରବିଶିଷ୍ଟ Having the size of an atom.
- (ଦେ.ବି.) - ଅତି ସାମାନ୍ୟ ପରିମାଣ A particle or minute quantity.
|
| 1775 |
ଅଣୁମାତ୍ରେ |
- Aṇumātre (ଦେ.କ୍ରି. ବିଣ.) - ସାମାନ୍ୟ ପରିମାଣରେ In the slightest quantity.
- ସାମାନ୍ୟ ପ୍ରକାରେ In the slightest manner.
- ଟିକିଏ ମାତ୍ର In the least.
|