| 1781 |
ଅଣ୍ଟ |
- Aṇta (ଦେ.ବି.) - ଅଣ୍ଟିବା; କାର୍ଯ୍ୟ ଚଳିବାପାଇଁ ଯଥେଷ୍ଟ ହେବା Sufficiency; being sufficient for the desired purpose.
|
| 1782 |
ଅଣ୍ଟ ନଅଣ୍ଟ |
Also : [ ଅଣ୍ଟନିଅଣ୍ଟ ]
- Aṇta naaṇta (ଦେ.ବି.) - ଅଣ୍ଟିବା ଓ ନଅଣ୍ଟିବା ଅବସ୍ଥା Sufficiency or deficiency.
- (ଦେ.ବିଣ.) - କୌଣସି କାର୍ଯ୍ୟ ପାଇଁ ଯଥେଷ୍ଟ ହେବା ଓ ନ ଅଣ୍ଟିବା (ପଦାର୍ଥ) (things) Either sufficient or deficient for any object.
- ସାମାନ୍ୟରେ ଊଣା Slightly insufficient; hardly sufficient.
- କଣ୍ଟିକାଣ୍ଟି ହୋଇ ଅଣ୍ଟିବା (ବସ୍ତୁ) Barely sufficient.
|
| 1783 |
ଅଣ୍ଟା |
Category : [ Body parts ]
- Aṇtā (ଦେ.ବି.) - କଟିଦେଶ; ମନୁଷ୍ୟର ଗୋଡ଼ ଓ ପେଟ ପିଠି ମଧ୍ୟରେ ଥିବା ଦେହାଂଶ; ପଶୁର ପିଠି, ପେଟ ଓ ପଛ ଗୋଡ଼ର ଫଡ଼ିଆ ମଧ୍ୟସ୍ଥ ଅଂଶ Waist; loin.
|
| 1784 |
ଅଣ୍ଟାଇବା |
Also : [ ଅଣ୍ଟେଇବା ]
- Āṇtāibā (ଦେ.କ୍ରି.) - କୌଣସି ବଳସାଧ୍ୟ କାମକୁ ଅଣ୍ଟା ଲଗାଇ ସମାଧାନ କରିବା To apply or employ one's waist to do a work requiring the use of force.
- ଶଗଡ଼ ଆଦିକୁ ଅଣ୍ଟା ଲଗାଇ ବଳପୂର୍ବକ ପେଲିବା To push a cart tightly with one's waist.
- ଶଗଡ଼ର ଦଣ୍ଡାକୁ ଧରି ଖୁବ୍ ଜୋରରେ ପଛଆଡ଼ୁ ଆଗକୁ ପେଲିବା To push a cart from behind by holding the daṇdā.
- ପେଚକସକୁ ପେଚର ମୁଣ୍ଡରେ ଥିବା ଘରାରେ ବସାଇ ବଳପ୍ରୟୋଗପୂର୍ବକ ବୁଲାଇବାଦ୍ୱାରା ପେଚକୁ ଭିତରକୁ ପୂରାଇବା To drive a screw into the wood with a screw-driver.
- (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ବଳ ବା ସାହାଯ୍ୟ ଦେବା To help a person.
|
| 1785 |
ଅଣ୍ଟା ଉଠିବା |
- Aṇṭā uṭhibā (ଦେ.ବି.) - କୌଣସି କାର୍ଯ୍ୟ କରିବାକୁ ବଳ ବା ସାମର୍ଥ୍ୟ ପାଇବା Having the strength to do a thing.
- ଇତସ୍ତତଃ ଚଳପ୍ରଚଳ ହେବା Moving to and fro.
|