Language Section

 

 

 

 

 

 

Dictionary : View_page

ID Main Word Content
1766 ଅଣୁଦେହ

Category : [ Bacteria ]

  1. Aṇudeha (ସଂ.ବି.) - (ଆଧୁନିକ ବିଜ୍ଞାନପରିଭାଷା) ଜଳାଦି ପଦାର୍ଥରେ ଥିବା ଅତି କ୍ଷୁଦ୍ର ଜନ୍ତୁ; ଜୀବାଣୁ  Bacteria; organism; animalcula.
1767 ଅଣୁଧାନ୍ୟ

Also : [ ଅଣୁବ୍ରୀହି ]

  1. Aṇudhānya (ସଂ.ବି.) - ସୂକ୍ଷ୍ମଧାନ୍ୟ; ଦେଖିବାକୁ ଅତି ଛୋଟ ଶସ୍ୟ (ଯଥା -ଚିନା, ମାଣ୍ଡିଆ, ସୋରିଷ, କୋଦୁଅ, ସୁଆଁ) Small species of grains.
1768 ଅଣୁପ୍ରମାଣ
  1. Aṇupramāna (ସଂ.ବିଣ.) - ଅଣୁ ପରି କ୍ଷୁଦ୍ର Minute; atomic.
  2. ଅତି ସାମାନ୍ୟ  Very slight.
1769 ଅଣୁବାଦ
  1. Aṇubāda (ସଂ.ବି.) - (ବିଜ୍ଞାନପରିଭାଷା)  ଯେଉଁ ମତ ଦ୍ୱାରା ପୃଥିବୀର ଯାବତୀୟ ବସ୍ତୁ ଅକ୍ଷୟ ଅଣୁମାନଙ୍କର ସମଷ୍ଟି ବୋଲି ବିବେଚିତ ହୁଏ The atomic theory; atomism; the theory that all material substances are aggregates of indestructible atoms.
1770 ଅଣୁବୀକ୍ଷଣ
  1. Aṇubīkshaṇa (ସଂ.ବି.) - ବସ୍ତୁର କ୍ଷୁଦ୍ର ଅଂଶମାନଙ୍କର ପର୍ଯ୍ୟବେକ୍ଷଣ Observation of minute parts of a thing.
  2. ଅତି ଯତ୍ନପୂର୍ବକ ନିରୀକ୍ଷଣ Close or minute observation.
  3. (ଦେ.ବି.) (ବିଜ୍ଞାନପରିଭାଷା) ଯେଉଁ ଯନ୍ତ୍ର ସାହାଯ୍ୟରେ ଅତି କ୍ଷୁଦ୍ର ପଦାର୍ଥମାନ ଆଖିକୁ ବଡ଼ ଦେଖାଯାଏ Microscope.


 [ ଦ୍ର ] ଏ ଯନ୍ତ୍ରରେ ସଜ୍ଜିତ ସ୍ଥୂଳକେନ୍ଦ୍ର କାଚଫଳକ ମଧ୍ୟଦେଇ ଚାହିଁଲେ କ୍ଷୁଦ୍ର ବସ୍ତୁମାନ ଆଖିକୁ ଖୁବ ବଡ଼ ଦେଖାଯାଏ।

Page 354 of 687



expoodisha.com

 

Other Dictionary