| 1761 |
ଅଣିଷ୍ଠ |
- Aṇishtha (ସଂ.ବିଣ.) - (ଅଣୁ+ଅତ୍ୟର୍ଥରେ. ଇଷ୍ଠ) ଅତି ସୂକ୍ଷ୍ମ Very minute.
|
| 1762 |
ଅଣୁ |
- Aṇu (ସଂ.ବିଣ.) - ଅତି କ୍ଷୁଦ୍ର Very small.
- ଅତି ସୂକ୍ଷ୍ମ Infinitesimal; atomic.
- (ସଂ.ବି.) - ଅତି କ୍ଷୁଦ୍ରାଂଶ; ସୂକ୍ଷ୍ମାଂଶ; ସୂକ୍ଷ୍ମତମ ଅଂଶ Small particle; atom.
- ପଦାର୍ଥର କ୍ଷୁଦ୍ରତମ ଅଂଶ; କଣିକା; କଣା The smallest or minutest part of a thing.
- ବାୟୁରେ ଭାସମାନ ଅତି ସୂକ୍ଷ୍ମ ଧୂଳିକଣା (ଯାହା ସୂର୍ଯ୍ୟ କିରଣରେ ଦେଖା ପଡ଼େ) Mote or particle of dust floating in the air and visible in the sunbeam.
- ସୂକ୍ଷ୍ମଧାନ୍ୟ; ଅତି କ୍ଷୁଦ୍ର ଶସ୍ୟ (ଯଥା - ଚିନା, ସୋରିଷ, ସୁଆଁ); ଅଣୁଧାନ୍ୟ Minute grains.
- ଅତି ସୂକ୍ଷ୍ମ କାଳ; ଏକ ମୁହୂର୍ତ୍ତ ବା ୪୮ ମିନିଟର ୧/୫୪୬୭୫୦୦୦ ଭାଗ; ଏକ ସେକେଣ୍ଡର ପ୍ରାୟ ୧/୧୯୦୦୦ ଭାଗ A very minute part of time.
- ସଙ୍ଗୀତ ଶାସ୍ତ୍ରକଥିତ ପାଞ୍ଚ ମାତ୍ରା ମଧ୍ୟରୁ ଏକତମ One of the five measures in Hindu music. (ପାଞ୍ଚଟି ମାତ୍ରା, ଯଥା - ଅର୍ଦ୍ଧ, ହ୍ରସ୍ୱ, ଦୀର୍ଘ, ପ୍ଲୁତ ଓ ଅଣୁ)
|
| 1763 |
ଅଣୁକ |
- Aṇuka (ସଂ.ବି.) - ସୂକ୍ଷ୍ମଧାନ୍ୟ; ଅତି କ୍ଷୁଦ୍ର ଶସ୍ୟ (ଯଥା - ଚିନା, ସୋରିଷ, ସୁଆଁ); ଅଣୁଧାନ୍ୟ Minute grains.
|
| 1764 |
ଅଣୁତା |
- Aṇutā (ସଂ.ବି.) - ସୂକ୍ଷ୍ମତ୍ୱ Minuteness.
|
| 1765 |
ଅଣୁତୈଳ |
- Aṇuta̲i̱ḻa (ସଂ.ବି.) - ବୈଦ୍ୟଶାସ୍ତ୍ରୋକ୍ତ ତୈଳବିଶେଷ Name of a medicated oil.
|