| 1756 |
ଅଣିଟଣି ଛିଣ୍ଡାଇଦେବା |
- Aṇitani chhindāideba (ଗ୍ରା.କ୍ରି.) - (ଗାଳି ବା ଧମକାଣରେ ବ୍ୟବହୃତ) ସମସ୍ତ ଗୁପ୍ତ ଦୋଷ ଓ ଛିଦ୍ର ପ୍ରକାଶ କରିଦେବା To publish a person's secrets.
|
| 1757 |
ଅଣିଧରିବା |
- Aṇidharibā (ଦେ.କ୍ରି.) - କୌଣସି ପଦାର୍ଥ ବା ବ୍ୟକ୍ତିକୁ ଏକ ପାଖକୁ ଢଳାଇ କରି ବା ଆଉଜାଇ କରି ଧରିବା To hold a thing or a person in an inclined posture.
|
| 1758 |
ଅଣିବା |
- Aṇibā (ବି.) - (ଅକର୍ମକ) କଡ଼କୁ ଢଳିବା; ଏକ ପାଖକୁ ଢଳିବା To lean to a side.
- (ସକର୍ମକ)—କୌଣସି ପଦାର୍ଥକୁ ଏକ ପାଖକୁ ଢଳାଇବା ବା ଆଉଜାଇବା—2. To cause a thing to incline or lean to a side.
|
| 1759 |
ଅଣିମା |
- Aṇimā (ସଂ.ବି.) - ଅଣୁତା; ସୂକ୍ଷ୍ମତା Minuteness; fineness.
- କ୍ଷୁଦ୍ରତା Smallness.
- ଅଣୁ ପରି ହେବା ଅବସ୍ଥା Atomic condition.
- ଦେବତା ଓ ସିଦ୍ଧ ପୁରୁଷମାନଙ୍କର ଓ ଈଶ୍ୱରଙ୍କର ସାଧନା ଲବ୍ଧ ଅଷ୍ଟସିଦ୍ଧି ବା ଅଷ୍ଟୈଶ୍ୱର୍ଯ୍ୟ ମଧ୍ୟରୁ ଏକତମ। (ଏହି ସିଦ୍ଧି ବଳରେ ଏମାନେ ନିଜନିଜ ଶରୀରକୁ ଇଚ୍ଛାଅନୁସାରେ ଅଣୁପରି ଅତି ସୂକ୍ଷ୍ମ ଓ ଅଦୃଶ୍ୟ କରି ପାରନ୍ତି) One of the eight supreme or divine powers by virtue of which gods and perfect sages can reduce their bodies to atoms.
|
| 1760 |
ଅଣିମାଣ୍ଡବ୍ୟ |
- Aṇimāndabya (ସଂ.ବି.) - ବ୍ୟକ୍ତିର ନାମ; ଅଣି ବା ଶୂଳାଗ୍ର ଯୋଗୁଁ ଚିହ୍ନିତ ବା ବିଖ୍ୟାତ ମାଣ୍ଡବ୍ୟ) ମୁନିବିଶେଷ—Name of a sage.
[ ଦ୍ର ] ଏହାଙ୍କର ନାମ ମାଣ୍ଡବ୍ୟ; ଏକ ସମୟରେ ଖଣ୍ଟମାନେ ରାଜାଙ୍କ ଘରୁ ଗୁଡ଼ିଏ ଜିନିଷ ଚୋରି କରି ସେତେବେଳେ ତାହା ଘରକୁ ବୁହାଇ ନେବାକୁ ସୁବିଧା ନ ହେବାରୁ, ଏ ମୁନି ତପସ୍ୟା କରୁଥିବା ସ୍ଥାନରେ ସେ ମାଲ ତକ ରଖିଦେଇ ପଳାଇଗଲେ। ପରେ ରାଜ କର୍ମଚାରୀମାନେ ଚୋରା ମାଲ ଖୋଜି ଖୋଜି ଏହାଙ୍କ ନିକଟରେ ସେଗୁଡ଼ିକ ଥିବାର ଦେଖି, ମୁନିଙ୍କୁ ଚୋର ବୋଲି ସ୍ଥିରକରି, ତାଙ୍କୁ ଶୂଳୀରେ ଚଢ଼ାଇଲେ ଓ ଶୂଳରେ ଏ ପ୍ରାଣତ୍ୟାଗ କଲେ। ପ୍ରାଣତ୍ୟାଗ କରିବା ପରେ ଏ ଯାଇ ଯମଙ୍କୁ ପଚାରିଲେ "ମୁଁ ତ ରଜାଘର ମାଲ ଚୋରି କରି ନଥିଲି, ମତେ କିଆଁ ଏ ଶୂଳି ଦଣ୍ଡ ହେଲା?" ଯମ ଉତ୍ତର ଦେଲେ, "ତୁମେ ପିଲାଦିନେ ଖେଳୁ ଖେଳୁ ଗୋଟିଏ ପତଙ୍ଗକୁ କଣ୍ଟାରେ ଫୋଡ଼ିଥିଲ ବୋଲି, ଏ ଦଣ୍ଡ ଭୋଗ କଲ।" ଲଘୁ ଦୋଷ ପାଇଁ ଯମ ଗୁରୁ ଦଣ୍ଡର ବ୍ୟବସ୍ଥା କରିଥିବା ଯୋଗୁଁ ମାଣ୍ଡବ୍ୟ ଯମଙ୍କୁ ଅଭିଶାପ ଦେଲେ ଓ ସେହି ଅଭିଶାପ ଫଳରେ ଯମ ଶୂଦ୍ରଯୋନିରେ ବିଦୁର ହୋଇ ଜନ୍ମଗ୍ରହଣ କଲେ - [ମହାଭାରତ।]
|