Language Section

 

 

 

 

 

 

Dictionary : View_page

ID Main Word Content
1751 ଅଣାଯିବା

Also : [ ଅଣାହେବା ]

  1. Aṇāj̄ibā (ଦେ.କ୍ରି.) - (ଆଣିବା କ୍ରିୟାର କର୍ମବାଚ୍ୟରେ ରୂପ) କୌଣସି ବ୍ୟକ୍ତି ଦ୍ୱାରା ଆନୀତ ହେବା To be brought.
  2. (ଆଣିବା କ୍ରିୟାର କର୍ମବାଚ୍ୟ ରୂପ) ଅନ୍ୟଦ୍ୱାରା ଅଣେଇ ହେବା ବା ଏକ ପାଖକୁ ଢଳାଯିବା; ଆନମିତ ହେବା To be caused to lean or incline to one side.
1752 ଅଣି

Also : [ ଅଣୀ ]

  1. Aṇi (ସଂ.ବି.) - ସୂଚିର ଅଗ୍ରଭାଗ The point of a needle.
  2. ଶୂଳାଗ୍ର The point of a linchpin or stake.
  3. ମୂନ Extreme point.
  4. ପ୍ରାନ୍ତସୀମା Extreme limit.
  5. ଅଣକୀଳି Linchpin.
  6. ଗୃହର କୋଣ The corner of a house.
  7. (ଦେ.ବି.) -  ଏକ ଅଣା ମୂଲ୍ୟର ମୁଦ୍ରା One anna bit.
  8. (ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ ଯଥା -ଦୋଅଣି; ଆଠଅଣି; ଚାରିଅଣି)  (ଏତେ) ଅଣା ପରିମିତ ମୁଦ୍ରା (Two) anna bit; (four) anna bit etc.
1753 ଅଣିଏ
  1. Aṇie (ଦେ.ବି.) - (ଆଦରାର୍ଥକ) ଅଣାଏ; ଏକ ଅଣା ମାତ୍ର  One anna only.
1754 ଅଣିକାଠି
  1. Aṇikāṭhi (ଦେ.ବି.) -  ଯେଉଁ କାଠି ବା ଖିଲ ଦ୍ୱାରା ଚକର ଅରମାନ ପହି ସଙ୍ଗେ ଭିଡ଼ା ହୋଇ କଷା ହୋଇଥାଏ। ଅରକୁ ପହିରେ କରାଯାଇଥିବା ଛିଦ୍ରରେ ପୂରାଇ ତାହା ହୁଗୁଳା ନ ହୋଇ ପହି ଦିହରେ ଚୁସ୍ତ୍ ହୋଇ ବସିଯିବା ଉଦ୍ଦେଶ୍ୟରେ ପହିର ଛିଦ୍ରରେ ଅର ସଙ୍ଗେ ଯେଉଁ ଖିଲ ବାଡ଼ିଆ ଯାଇଥାଏ Pins driven into the arc of a wheel with the spokes to make the spokes fit tightly into the holes made in the arc.
1755 ଅଣିଟଣି
  1. Aṇitani (ଗ୍ରା.ବି.) କୌଣସି ବ୍ୟକ୍ତିର ଯାବତୀୟ ଗୁପ୍ତ ଦୋଷ ବା ଛିଦ୍ର All conceivable secrets and hidden faults of a person.
Page 351 of 687



expoodisha.com

 

Other Dictionary