| 1701 |
ଅଣବିବେକ |
- Aṇabibeka (ଗ୍ରା.ବିଣ.) - ଅବିବେକ; ନିର୍ବିବେକ Inconsiderate.
|
| 1702 |
ଅଣବେଢ଼ା |
- Aṇaberdhā (ଗ୍ରା.ବିଣ.) - ଯାହା ଚାରିଆଡ଼େ ବାଡ଼ ବା କାନ୍ଥଦ୍ୱାରା ଆବୃତ ନୁହେଁ Not surrounded by a fence or a wall.
|
| 1703 |
ଅଣବ୍ରତିଆ |
Also : [ ଅଣବରତିଆ, ଅଣବରତୁଆ ]
- Aṇabratiā (ଗ୍ରା.ବିଣ.) - ଯେଉଁ ଦ୍ୱିଜ ବାଳକର ଉପନୟନ ସଂସ୍କାର ହୋଇନାହିଁ (a Brahmin boy) Not yet initiated with the sacred thread.
- ଯେ ବ୍ରତଧାରୀ ନୁହେଁ; ଯେଉଁ ବ୍ୟକ୍ତି ବ୍ରତ ପାଳନ କରିନାହିଁ A person who has not observed a religious fasting or vow.
- ଯେଉଁ ଅଣ୍ଡିରା ବାଛୁରି ଧରା ହୋଇନାହିଁ; ଅଧରା Not yet castrated (calf).
- ଯେଉଁ ବାଛୁରୀ ଲଛା ହୋଇ ନାହିଁ ଅର୍ଥାତ୍ ଯାହା ଦେହରେ ତାତିଲା ଲୁହାର ଦାଗ କଟା ହୋଇନାହିଁ (a calf) Not yet seared with searing iron.
|
| 1704 |
ଅଣବ୍ୟ |
- Aṇabya (ସଂ.ବି.) - (ସଂ.ବି. - ଅଣ - ସୂକ୍ଷ୍ମଧାନ୍ୟ; ଚିନା+ଅଧିକରଣେ ଯ) ଯେଉଁ କ୍ଷେତରେ ଚିନାନାମକ ଶସ୍ୟ ଉପୁଜେ A field growing the small grain Panicum miliaceum.
|
| 1705 |
ଅଣଭଣ |
Also : [ ଅଣଭଣ, ଅଣବଣିଆଁ, ଅଣଭଣିଆଁ ]
- Aṇabaṇa (ଗ୍ରା.ବିଣ.) - ରଣଭଣ; ଅସ୍ତବ୍ୟସ୍ତ; ଇତସ୍ତତଃ, ବିକ୍ଷିପ୍ତ Scattered here and there.
- ଅସଂସ୍କୃତ; ଅମାର୍ଜିତ Unswept
- ଅପରିଷ୍କୃତ Uncleansed.
- ଅସନା Untidy; dirty.
- ଅଳିଆ; ଆବର୍ଜନାମୟ Full of refuse.
- କୁତ୍ସିତ; କଦର୍ଯ୍ୟ Ugly.
|