Language Section

 

 

 

 

 

 

Dictionary : View_page

ID Main Word Content
1706 ଅଣଭିଣା
  1. Aṇabhiṇā (ଗ୍ରା.ବିଣ.) - ଯେଉଁ ତୁଳା ଭିଣା ହୋଇନାହିଁ  Not carded (cotton).
  2. ଯେଉଁ ମାଟିରୁ ଗୋଡ଼ି ଖପରା ଆଦି କଢ଼ା ଯାଇନାହିଁ Soil or earth from which gravels and potsherds have not been taken out.
1707 ଅଣମଣିଷ

Also : [ ଅଣମଣଷ, ଅଣମଣିଷା, ଅଣମନିଷ, ଅଣମନିଷା ]

  1. Aṇamanisha (ଗ୍ରା.ବିଣ.) - (ସଂ. ଅମନୁଷ୍ୟ) ଅମନୁଷ୍ୟ; କୁତ୍ସିତ; ଅଯୋଗ୍ୟ (ବ୍ୟକ୍ତି)  Worthless (person).
  2. ମନୁଷ୍ୟତା ବିହୀନ Unmanly.
  3. ଭୀରୁ Coward.
  4. (ଗ୍ରା.ବି.) - ଅଯୋଗ୍ୟ ବ୍ୟକ୍ତି Worthless person.
  5. ଭୀରୁ ବ୍ୟକ୍ତି A coward.
1708 ଅଣମାତ୍ରା

Also : [ ଅମାତ୍ରା ] 

  1. Aṇamātrā (ଗ୍ରା.ବିଣ.) -  (ସଂ. ଅ+ମାତ୍ରା) ମାତ୍ରାହୀନ (ଅକ୍ଷର)  (a letter) Having no measure or upper stroke.
     [ ଉ ]  ଅଣାକ୍ଷର ଅଣମାତ୍ରା ଅଣନିଶବଦ ଶବଦର ଭେଦ ନାହିଁ ବ୍ରହ୍ମ ନିଜ ପଦ।
1709 ଅଣମେଡ଼ା
  1. Aṇameṟḍ̠ā (ଗ୍ରା.ବିଣ.) - ଯେଉଁ ଘରେ ଖୁଣ୍ଟି ନ ଥାଏ  (a house) Having no pillars.
1710 ଅଣରାସ

Also : [ ଅରାସ ]

  1. Aṇarāsa (ଗ୍ରା.ବିଣ.) - ଯେଉଁ ବ୍ୟକ୍ତି ରାସଲୀଳାର ଭକ୍ତ ନୁହେଁ (a person) Not devoted to the Rāsalīḻā of Ṡrī Kṛushṇa.
Page 342 of 687



expoodisha.com

 

Other Dictionary