Language Section

 

 

 

 

 

 

Dictionary : View_page

ID Main Word Content
1711 ଅଣରୂପ

Also : [ ଅରୂପ ]

  1. Aṇarūpa (ଗ୍ରା.ବିଣ.) - ଅରୂପ; ରୂପହୀନ Formless; shapeless; incorporeal.
1712 ଅଣଲେଉଟା

Also : [ ଅଣବାହୁଡ଼ା ]

  1. Aṇaleuṭā (ଗ୍ରା.ବିଣ.) - ଅପ୍ରତ୍ୟାବର୍ତ୍ତିତ; ଯାହା ଫେରି ଆସେନାହିଁ; ଯାହା ଲେଉଟି ଆସେ ନାହିଁ That which does not come back or return.
  2. ଯାହା ଥରେ ବିଗିଡ଼ି ଗଲେ ପୁଣି ସୁଧାରି ହୁଏ ନାହିଁ That which can not be undone.
  3. ଅବ୍ୟର୍ଥ Unfailing; never failing. (ଯଥା - ଶର)
  • ଅଣଲେଉଟା / ଅଣନେଉଟା (୨)
  1. ଯେଉଁ ତିଅଣ ବଘରା ହୋଇ ନାହିଁ Unseasoned (curry).
  2. ଯେଉଁ ପାଣି ବା ଦୁଧ ନିଆଁ ଉପରେ ଟକଟକ ହୋଇ ଫୁଟିନାହିଁ Unboiled or unsimmering (water etc.).
1713 ଅଣଶୁଧିଆ

Also : [ ଅଣଶୁଧି ] 

  1. Aṇaṡudhiā (ଗ୍ରା.ବିଣ.) - ଅଶୁଦ୍ଧ; ଅଶୌଚ; ମୃତକାଶୌଚ ବା ସୂତକାଶୌଚ Impurity due to a birth or death amongst one's near relations.
  2. ମୃତକାଶୌଚ ଘଟିବା ପରେ କୌଣସି ବ୍ୟକ୍ତି ଶୁଦ୍ଧିଲାଭ କରି ନଥିବା ଅବସ୍ଥା State of non-performance of purificatory rites after a death of one's relative.
  3.  ମୃତାହ ଉପଲକ୍ଷରେ ଶୁଦ୍ଧିକ୍ରିୟା ସମ୍ପାଦନ କରି ନ ଥିବା (ବ୍ୟକ୍ତି) (a person) Who has not performed purificatory rites after a death amongst relations.
  4. ମୃତକାଶୌଚ ଯୋଗୁଁ ଅଶୁଦ୍ଧ; ଅଶୁଚି Unpurified.
1714 ଅଣଶେଷ
  1. Aṇaṡesha (ଗ୍ରା.ବିଣ.) - ଅଶେଷ Endless.
1715 ଅଣଷଠାଶହେ

Category : [ Numbers ]

  1. Aṇashaṭhāṡahe (ଦେ.ବି.) - (ସଂଖ୍ୟାବାଚକ; ଊନଷଷ୍ଟି+ଶତ) ଏକଶତ ଅଣଷଠି; 159 One hundred and fifty nine.
Page 343 of 687



expoodisha.com

 

Other Dictionary