| 1691 |
ଅଣପୁରୁଷା |
- Aṇapurushā (ଗ୍ରା.ବି.) - (ସଂ. ଅ+ପୁରୁଷ) ନପୁଂସକ ବ୍ୟକ୍ତି An eunoch.
- ଅମନୁଷ୍ୟ A worthless person.
- (ଗ୍ରା.ବିଣ.) - ନପୁଂସକ Neuter.
- ପୁଂସ୍ତ୍ୱ ହରାଇଥିବା; ଧ୍ୱଜଭଙ୍ଗରୋଗଗ୍ରସ୍ତ (ବ୍ୟକ୍ତି) Impotent; one who has lost his virility.
|
| 1692 |
ଅଣପୁରୁଷ |
Also : [ ଅଣପୁରୁଷା ]
- Aṇapurusha (ଗ୍ରା.ବି.) - (ସଂ. ଅ+ପୁରୁଷ) ନପୁଂସକ ବ୍ୟକ୍ତି An eunoch.
- ଅମନୁଷ୍ୟ A worthless person.
- (ଗ୍ରା.ବିଣ.) - ନପୁଂସକ Neuter.
- ପୁଂସ୍ତ୍ୱ ହରାଇଥିବା; ଧ୍ୱଜଭଙ୍ଗରୋଗଗ୍ରସ୍ତ (ବ୍ୟକ୍ତି) Impotent; one who has lost his virility.
|
| 1693 |
ଅଣଫୁଟା |
Also : [ ଅଣଫୁଟିଲା ]
- Aṇaphuṭā (ଗ୍ରା.ବିଣ.) - ଅଫୁଟା ଯେଉଁ ଫୁଲ ଫୁଟି ନାହିଁ; ଅପ୍ରସ୍ଫୁଟିତ Unblown; not yet having bloomed (flower).
- ଯେଉଁ ତିଅଣ ବଘରା ହୋଇ ନାହିଁ Unseasoned (curry).
- ଯେଉଁ ପାଣି ବା ଦୁଧ ନିଆଁ ଉପରେ ଟକଟକ ହୋଇ ଫୁଟିନାହିଁ Unboiled or unsimmering (water etc.).
- ଯେଉଁ ପାତ୍ର ଛିଦ୍ରଯୁକ୍ତ ନୁହେଁ (a pot) Having no hole.
|
| 1694 |
ଅଣଫୁଟୀ |
- Aṇaphuṭī (ଗ୍ରା.ବିଣ.) - ଅଫୁଟୀ; ଅପ୍ରାପ୍ତରଜସ୍କା (ବାଳିକା) (a girl) Who has not yet attained puberty.
|
| 1695 |
ଅଣବଣ |
Also : [ ଅଣଭଣ, ଅଣବଣିଆଁ, ଅଣଭଣିଆଁ, ଅଣସଣିଆଁ ]
- Aṇabaṇa (ଗ୍ରା.ବିଣ.) - ରଣଭଣ; ଅସ୍ତବ୍ୟସ୍ତ; ଇତସ୍ତତଃ, ବିକ୍ଷିପ୍ତ Scattered here and there.
- ଅସଂସ୍କୃତ; ଅମାର୍ଜିତ Unswept
- ଅପରିଷ୍କୃତ Uncleansed.
- ଅସନା Untidy; dirty.
- ଅଳିଆ; ଆବର୍ଜନାମୟ Full of refuse.
- କୁତ୍ସିତ; କଦର୍ଯ୍ୟ Ugly.
|