Language Section

 

 

 

 

 

 

Dictionary : View_page

ID Main Word Content
1661 ଅଣଗୁରୁ
  1. Aṇaguru (ଗ୍ରା.ବି.) - ବିଦ୍ୟାଗୁରୁ ନ ଥାଇ ବିଦ୍ୟା ଶିଖିବା ଅବସ୍ଥା  Learning without a tutor.
1662 ଅଣଗୁରୁଆ
  1. Aṇaguruā (ଗ୍ରା.ବିଣ.) - (ସଂ. ଅଗୁରୁ) କୌଣସି ଗୁରୁଙ୍କ ବିନା ସାହାଯ୍ୟରେ ବିଦ୍ୟା ଶିଖିଥିବା (ବ୍ୟକ୍ତି)  (a person) Who has not learnt under a tutor.
  2. ଯେଉଁ କର୍ମ ଶିଖିବା ପାଇଁ ଗୁରୁ ଲୋଡ଼ା ହୁଅନ୍ତି ନାହିଁ; ସହଜ (କର୍ମ) Instinctive (acts).
  3. ଯେଉଁ ବିଦ୍ୟା କୌଣସି ଶିକ୍ଷକଙ୍କଠାରୁ ଶିକ୍ଷା କରାଯାଇ ନାହିଁ, ଅର୍ଥାତ୍ ଆୟତ୍ତକାରୀର ବ୍ୟକ୍ତିଗତ ସାଧନା ଦ୍ୱାରା ସାଧିତ (ବିଦ୍ୟା) (learning or art) Attained by a person without the help of a preceptor; i.e. acquired by one's personal exertions & initiative.
  4. ଯେଉଁ ବ୍ୟକ୍ତି ମନ୍ତ୍ରଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରି ନାହିଁ (a person) Uninitiated into the spiritual lore by a preceptor. 

    [ ଦ୍ର ] ଶିଶୁର ମାତୃସ୍ତନରୁ ସ୍ତନ୍ୟ ପାନ, ଶିଶୁର କ୍ରନ୍ଦନ, ହାସ୍ୟ; ଯୁବକ ଯୁବତୀଙ୍କର ପରସ୍ପର ପ୍ରତି ପ୍ରଣୟାକର୍ଷଣ; ସ୍ତ୍ରୀ-ପୁରୁଷ - ସଙ୍ଗମ  ଏମାନ ଜୀବପ୍ରକୃତିସୁଲଭ ଓ ଈଶ୍ୱରପ୍ରଦତ୍ତ ଅଟେ। ବିନା ଗୁରୁରେ ଏସବୁ ଜଣେ ପ୍ରାପ୍ତ ହୋଇଥାଏ।
1663 ଅଣଚଞ୍ଛା

Also : [ ଅଣଚାଛ ]

  1. Aṇachan̄chhā (ଗ୍ରା.ବିଣ.) - ଅଚଞ୍ଛା; ଯାହା ଚଞ୍ଛା ହୋଇ ନାହିଁ (ଭୂମି)  Unscraped.
1664 ଅଣଚତୁର
  1. Aṇachatura (ଗ୍ରା.ବିଣ.) ଅଚତୁର Not skilful; not sly.
  2. ଓଲୁ; ନିର୍ବୁଦ୍ଧିଆ Foolish.
1665 ଅଣଚାଖିଲା
  1. Aṇachākhilā (ଗ୍ରା.ବିଣ.) ଯେଉଁ ଖାଦ୍ୟ ପଦାର୍ଥର ସ୍ୱାଦ କେହି ଚାଖି ନ ଥାଏ (a thing) Which has not yet been tasted.
Page 333 of 687



expoodisha.com

 

Other Dictionary