| 1651 |
ଅଣକ |
- Aṇaka (ସଂ.ବିଣ.) - ଘୃଣ୍ୟ; ହେୟ Despicable; contemptible.
- ନୀଚ Low; mean.
- ନଗଣ୍ୟ Insignificant.
- ମନ୍ଦ Bad; wretched.
- ଅତିକ୍ଷୁଦ୍ର Very small.
- (ସଂ.ବି.) - ପକ୍ଷିବିଶେଷ A kind of bird.
- (ସଂ. ଅଢକ) ଡଙ୍କା (ଡଙ୍କି); ଭାତ ତିଅଣ ଆଦି ଘାଣ୍ଟିବା ଓ ପରଷିବା ପାଇଁ ବ୍ୟବହୃତ ବେଣ୍ଟ ଲାଗିଥିବା ଷଢ଼େଇ A wooden spoon; ladle.
|
| 1652 |
ଅଣକଉଡ଼ିଆ |
- Aṇakauṟḍ̠iā (ଦେ.ବି.) - ନିର୍ଦ୍ଧନ (ବ୍ୟକ୍ତି) Poor.
- ଅଳ୍ପମୂଲ୍ୟର (ପଦାର୍ଥ) Of very low price; of no value.
|
| 1653 |
ଅଣକଘୋରା |
Also : [ ଅଣକମରା ]
- Aṇakaghorā (ଦେ.ବିଣ.) - ଯେଉଁ ତିଅଣ ବା କ୍ଷୀରି ସିଝିବା ସମୟରେ (ଡଙ୍କା) ଅଣକ ଦ୍ୱାରା ଉତ୍ତମ ରୂପେ ଘଣ୍ଟା ହୋଇଥାଏ (curry etc.) Well stirred with a ladle over the fire.
|
| 1654 |
ଅଣକଦଳିଆ |
Also : [ ଅଣକଦଳୀ ]
Category : [ Plant ]
- Aṇakadaḻiā (ଦେ.ବିଣ.) - ଯେଉଁ କଦଳୀ ଗଛର ପୁଆମାନ ପ୍ରତିବର୍ଷ ମୂଳରୁ ତଡ଼ା ହୋଇ ଅନ୍ୟ ସ୍ଥାନରେ ପୋତା ନ ହେବାରୁ, ତିନିବର୍ଷ ପରେ ପୁଆର ମୂଳ ହାଣ୍ଡିମାନ ଭୂମି ଉପରକୁ ଉଠିଯାଏ ଓ ଗଛମାନ ଛୋଟ ହୋଇ ଉକ୍ତ ଗଛରେ ଆଉ କଦଳୀ ଫଳେ ନାହିଁ (plantain plants) Which become stunted and unproductive owing to want of annual transplantation.
|
| 1655 |
ଅଣକଧରା |
- Aṇakadharā (ଦେ.ବିଣ.) - ଯେଉଁ ବ୍ୟକ୍ତି ପରିବେଶନ କରିବାପାଇଁ ଅଣକ ଧରେ (a person) Holding the ladle for serving food to others.
[ ଦ୍ର ] ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନମାନଙ୍କର କୁଳୀନ ସାମନ୍ତମାନଙ୍କ ଭୋଜନ ସଭାରେ ଯେଉଁ କୁଳୀନ ବ୍ରାହ୍ମଣମାନେ (ଯଥା ଭଟ୍ଟ ମିଶ୍ରେ) ଅଣକ ଓ ହାଣ୍ଡି ଧରି ପରଷିବାରେ ଅଧିକାରୀ ଅଟନ୍ତି, ସେମାନଙ୍କୁ 'ଅଣକଧରା' ବା 'ହାଣ୍ଡିଧରା' ବୋଲି ଡକାଯାଏ।
|