| 1671 |
ଅଣଠାବ |
- Aṇaṭhāba (ଗ୍ରା.ବି.) - ଅସ୍ଥାନ; ମନ୍ଦ ସ୍ଥାନ Bad or wretched place.
- ଅନୁପଯୁକ୍ତ ସ୍ଥାନ Unfit place.
- ଅସୁବିଧାଜନକ ସ୍ଥାନ Inconvenient place.
- ଅପରିଚିତ ବା ଅଜ୍ଞାତ ସ୍ଥାନ Unknown or strange place.
- ଅଗମ୍ୟ ସ୍ଥାନ Unapproachable place.
- ଯେଉଁ ସ୍ଥାନକୁ କେହି ଯିବାଆସିବା କରନ୍ତି ନାହିଁ Unfrequented place.
|
| 1672 |
ଅଣଠାବୁଆ |
- Aṇaṭhābuā (ଗ୍ରା.ବିଣ.) - ଅସୁବିଧାଜନକ (ସ୍ଥାନ) Inconvenient (place).
- ଯେଉଁ ବ୍ୟକ୍ତି ଅସ୍ଥାନରେ ବିଚରଣ କରେ (person) Frequenting bad places.
|
| 1673 |
ଅଣଢଙ୍କା |
- Aṇaḍhaṅkā (ଗ୍ରା.ବିଣ.) - ଅନାବୃତ Uncovered.
- (ପ୍ରାଦେ. (ପୁରୀ)) - ଅପରିପକ୍ୱ; ଦରପାଚିଲା; ଅର୍ଦ୍ଧପକ୍ୱ; ଯେଉଁ ଫଳ ପାଚିଲା ପରି ଦେଖାଯାଉଥାଏ, ଅଥଚ ସମ୍ପୂର୍ଣ୍ଣ ପାଚି ନ ଥାଏ Not fully ripe (fruit).
|
| 1674 |
ଅଣଢଣିଆଁ |
Also : [ ଅଣଢଣ, ଅଣଢଣୁଆଁ ]
- Aṇaḍhaṇiāñ (ଗ୍ରା.ବିଣ.) - ('ଣି' ଅକ୍ଷର ଯୋଗୁଁ ଶେଷ 'ଆ' ବର୍ଣ୍ଣର ଆନୁନାସିକ ଉଚ୍ଚାରଣ) ଭୋଜନାଭାବରୁ ଅତି ଶୀର୍ଣ୍ଣକାୟ (ବ୍ୟକ୍ତି) (person) Emaciated on account of fasting.
- ଅନଶନ ଯୋଗୁଁ କଙ୍କାଳାବିଶିଷ୍ଟ (ଦେହ) (body) Reduced to a skeleton owing to want of food.
- ଅସମାନ; ବନ୍ଧୁର; ଅସମତଳ Rough.
- ବହୁସ୍ଥାନରେ ବକ୍ର Bent at many places.
|
| 1675 |
ଅଣତିରିଶି |
Category : [ Numbers ]
Also : [ ଅଣତିରିଶ, ଅଣତିରିଶା, ଅଣତିଶ, ଅଣତିଶା, ଅଣତିଶି ]
- Aṇatiriṡi (ଦେ.ବି.) - (ସଂଖ୍ୟାବାଚକ) ତିରିଶ ସଂଖ୍ୟାରୁ ଏକ କମ୍; କୋଡ଼ିଏରୁ ନଅ ଅଧିକ; 29 Twenty nine.
|