| 1616 |
ଅଢଙ୍ଗା ରଜା |
- Aḍhaṅgā rajā (ଦେ.ବି.) - ପୂର୍ବକାଳରେ କଟକଜିଲ୍ଲାର ଅଢଙ୍ଗରେ ରାଜତ୍ୱ କରୁଥିବା ଖଣ୍ଡାଏତ ରାଜାମାନଙ୍କ ଡାକ ନାମ Name by which the ancient Khaṅdāyata Rājās of Aḍhaṅga were called.
|
| 1617 |
ଅଢପ |
Also : [ ଅଡଉଲ ]
- Aḍhapa (ଦେ.ବି.) - ଢପ ବା ସୌନ୍ଦର୍ଯ୍ୟର ଅଭାବ Want of grace or symmetry
- (ଦେ.ବିଣ.) - ଧାରାର ଅଭାବ Want of method.
- ଅଘଟଣ; ଅସୁନ୍ଦର; ଲାବଣ୍ୟହୀନ Ungraceful.
- ବେଢଙ୍ଗ Unsystematic.
- (ବିଣ.) - ଅନୁଚିତ Improper.
|
| 1618 |
ଅଢ଼ା |
- Aṟḍ̠ẖā (ଦେ.ବି.) - ଶସ୍ୟାଦି ମାପିବାର ପରିମାଣ ବିଶେଷ A standard measure or capacity for corn.
- ଶସ୍ୟାଦି ମାପିବାର ପାତ୍ର A metal pot for measuring corn.
- ଅଣକ; ଡଙ୍କା A wooden spoon.
- (ଜ୍ୟୋତିଷ) ଜ୍ୟୋତିଷଗଣନା ମତରେ ଶନି ଚଳନ ଯୋଗୁଁ ପୃଥିବୀରେ ଜନ୍ମିବା ଶସ୍ୟାଦିର ପରିମାଣ Quantity of corn growing on the face of the earth as a result of a particular motion of the planet Saturn.
|
| 1619 |
ଅଢ଼ା ଆଙ୍ଗୁଠି |
Also : [ ଅଢ଼ା ଆଙ୍ଗୁଳି ]
- Aṟḍ̠ẖā āṅguṭhi (ଦେ.ବି.) - ଆଙ୍ଗୁଠିରେ ଉଠିବା ଅତି କଷ୍ଟଦାୟକ ବ୍ରଣ Whitlow; an inflamatory boil on the finger specially on the phalanx.
|
| 1620 |
ଅଢ଼ାମୁଣ୍ଡି |
- Aṟḍ̠ẖāmuṇḍi (ଦେ.ବି.) - ଅରାମୁଣ୍ଡି; ଢିଙ୍କି ପାହାରର ଲୁହା ସମାଯୁକ୍ତ ଅଗ The iron—ringed end of the pestle of a husking jack.
|