Language Section

 

 

 

 

 

 

Dictionary : View_page

ID Main Word Content
1611 ଅଡ଼ୁଆ ବାଳ
  1. Aṟḍ̠uā bāla (ଦେ.ବି.) - ଛନ୍ଦଣି ମନ୍ଦଣି ହୋଇଥିବା କେଶ Tangled hair.
  2. ମୁଣ୍ଡ କୁଣ୍ଡାଇବାରେ ଯେଉଁ ଛନ୍ଦଣି ମନ୍ଦଣି ବାଳ ପାନିଆରେ ଲାଗି ମୁଣ୍ଡରୁ ଉଠିଆସେ Tangled hair coming from off the head after combing.
1612 ଅଡ଼ୋଶପଡ଼ୋଶ
  1. Aṟḍ̠oshapaṟḍ̠osha (ଦେ.ବି.) - (ଅନର୍ଥକ ପ୍ରଥମ ଶବ୍ଦ; 2ୟ ଶବ୍ଦ = ସଂ. ପ୍ରତିବେଶୀ ବହୁବଚନବାଚକ)  ପ୍ରତିବେଶୀବର୍ଗ One's neighbours.
  2. ନିକଟରେ ବାସକରୁଥିବା ଲୋକ Men living near by.
  3. (ଦେ.ବିଣ.) - ନିକଟରେ ବାସ କରୁଥିବା (ବ୍ୟକ୍ତି)  Residing near by; neighbouring.
  4. ଆସ୍‌ପାଶ୍; ନିକଟବର୍ତ୍ତୀ Adjacent.
1613 ଅଡ୍ଡ
  1. Adḍa (root ଧାତୁ) (ସଂ) ଯୋଗ କରିବା To join.
  2. ଆକ୍ରମଣ କରିବା To attack.
  3. ତର୍କ କରିବା To argu
  4. ଅନୁମାନ କରିବା To guess.
  5. ଧ୍ୟାନ କରିବା To meditate.
1614 ଅଡ୍ଡନ
  1. Aḍḍana (ସଂ.ବି.) - (ଯାହାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଏ) ଆଡ଼େଣି; ଢାଲ Shield.
1615 ଅଢଙ୍ଗ

Also : [ ଅଢ଼ଙ୍ଗ, ଅଢ଼ଙ୍ଗ, ଅଢଙ୍ଗା, ଅଢଙ୍ଗିଆ, ଅଢ଼ଙ୍ଗିଆ ]

  1. Aḍhaṅga (ଦେ.ବିଣ.) - ବେଢଙ୍ଗ; ଅଡଉଲ; ଅସୁନ୍ଦର Ungraceful
  2. ଧାରାବିହୀନ Unsystematic.
  3. (ଦେ.ବି.) - (ନାମ) କଟକ ଜିଲ୍ଲାରେ କଟକର 20 ମାଇଲ ଦୂରରେ ଥିବା ଗୋଟିଏ ଗ୍ରାମ Name of a village in Cuttack.
Page 323 of 687



expoodisha.com

 

Other Dictionary