Language Section

 

 

 

 

 

 

Dictionary : View_page

ID Main Word Content
1626 ଅଢ଼େଇ ଚରଣିଆଁ

Also : [ ଅଢ଼େଇ କାଣ୍ଡିଆ ]

Category : [ mystic ]

  1. Aṟḍ̠ẖei charaṇiāñ (ଦେ.ବି.) - (ମନ୍ତ୍ର)  (ଚରଣିଆର 'ଣ' ଅକ୍ଷର ଯୋଗୁଁ ପରବର୍ତ୍ତୀ 'ଆ'ର ଅନୁନାସିକ ଉଚ୍ଚାରଣ) ଯେଉଁ ମନ୍ତ୍ରର ପଦସଂଖ୍ୟା ଅଢ଼େଇ ଅର୍ଥାତ୍ ଅତି ଅଳ୍ପ ଅଟେ; ଗୁଣିଆମାନେ ପ୍ରୟୋଗ କରିବା ଗାରିଡ଼ି ମନ୍ତ୍ର Very short (mystic) formula.
1627 ଅଢ଼େଇ କିଆରିଆ
  1. Aṟḍ̠ẖei kiāriā (ଦେ.ବି.) - ବିଲରେ ରହିବା ଏକ ପ୍ରକାର ଉଗ୍ରବିଷ ତମ୍ପ ସାପ A kind of very poisonous cobra.

     [ ଦ୍ର ]  ଲୋକବିଶ୍ୱାସ ଏହି କି ଏ ସର୍ପଦ୍ୱାରା ଦଷ୍ଟ ବ୍ୟକ୍ତି ସର୍ପଦଂଶନ କରିବା ସ୍ଥାନରୁ ଅଢ଼େଇ କିଆରି ଦୂର ନ ଯାଉଣୁ ମୃତ ହୁଏ ଓ ଏ ସର୍ପ ମନୁଷ୍ୟକୁ ଦଂଶିବାକୁ ଅଢ଼େଇ କିଆରି ଦୂର ପର୍ଯ୍ୟନ୍ତ ଗୋଡ଼ାଇଯାଏ ।
1628 ଅଢ଼େଇ ଦିନ

Category : [ Day ]

  1. Aṟḍ̠ẖei dina (ଦେ.ବି.) ଦୁଇ ଦିନ ଅଧେ Two and half days.
  2. ଅଳ୍ପକାଳ A short time.
1629 ଅଢ଼େଇ ଦିନିଆଁ
  1. Aṟḍ̠ẖei diniāñ (ଦେ.ବି.) - (ଦିନିଆର 'ନ' ଅକ୍ଷର ଯୋଗୁଁ ପରବର୍ତ୍ତୀ 'ଆ' ର ଅନୁନାସିକ ଉଚ୍ଚାରଣ) ଅଳ୍ପକାଳ ସ୍ଥାୟୀ  Transient; shortlived.
  2. ଅଚିରସ୍ଥାୟୀ; ଅସ୍ଥାୟୀ Temporary.

[ ଉ. ] ଧର୍ମ ଏକା ସିନା ମହତପଣିଆ, ଆଉ ସବୁ ପଣ ଅଢ଼େଇ ଦିନିଆଁ।  

1630 ଅଣ
  1. Aṇa (root ଧାତୁ) (ସଂ.) - ଶବ୍ଦ କରିବା To sound.
  2. ନିଶ୍ୱାସ ମାରିବାTo breathe.
  3. (ଦେ.ବି.) - ଝୋଳ; ବ୍ୟଞ୍ଜନରେ ଥିବା ଜଳୀୟ ଅଂଶ  Soup; liquid portion of curry.
     [ ଦ୍ର ] ନଞାର୍ଥକ 'ନ' ସ୍ୱରାଦ୍ୟ ଶବ୍ଦ ପୂର୍ବେ ଲାଗି ସଂସ୍କୃତରେ ଯେଉଁ 'ଅନ' ଆକାର ଧାରଣ କରେ, ତହିଁର ଓଡ଼ିଆରୂପ; ସଂସ୍କୃତରେ ବ୍ୟଞ୍ଜନାଦ୍ୟ ଶବ୍ଦ ପୂର୍ବେ 'ନ' 'ଅନ' ଆକାର ଧାରଣ ନ କରି, 'ଅ' ଆକାର ଧାରଣ କରେ, କିନ୍ତୁ ଓଡ଼ିଆରେ 'ଅଣ' ଆକାର ଉଭୟତ୍ର ବ୍ୟବହୃତ ହୁଏ; ଏଥିର ଇଂରାଜି ରୂପ 'un' ଓଡ଼ିଆରେ 'ଅଣ' ଆକାରର ବ୍ୟବହାରର ଗୋଟିଏ ଉଦାହରଣ ଏଠାରେ ଦିଆଗଲା - ଅଣପିଟା ଅଣଇଟା ବସିଅଛି ତହିଁ, ଅଣଗୋଟା ଅଣପଟା ପୁରୀ ଅଛି ହୋଇ। 
Page 326 of 687



expoodisha.com

 

Other Dictionary