| 1606 |
ଅଡ଼ିପଟ |
- Aṟḍ̠ipata (ଦେ.ବି.) - ପଶାକାଠିରେ ଯେଉଁ ପଟ ବା ଦାନ ସହଜରେ ପଡ଼େନାହିଁ A throw of the dice which does not commonly turns up.
|
| 1607 |
ଅଡ଼ିବା |
- Aṟḍ̠ibā (ଦେ.ବି.) - ହଟ କରିବା; ଏକ ଜିଦି ଧରି ବସିବା To insist; to importune; to become obstinate.
- କୃତସଂକଳ୍ପ ହେବା; କୃତନିଶ୍ଚୟ ହେବା To be resolved on a thing.
- ରୁଷି ବସିବା; ରୁଷ୍ଟ ହେବା To fall out; to become sullen with displeasure.
- (ଘୋଡ଼ା) ଚାଲୁ ଚାଲୁ ଆଗକୁ ନ ଯାଇ ଅଟକିବା; ଜମିବା To jibb (said of a horse).
- ନାରାଜ ହେବା; କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା To give vent to unwillingness to do a work; to refuse to do something.
- ବିଗିଡ଼ିବା, ପ୍ରକୂପିତ ହେବା To be out of order. (ଯଥା - ଭୋଜି ଖାଇ ମୋ ପେଟ ଅଡ଼ିଛି)
- ରୁନ୍ଧି ହେବା; (ପବନ) ଅଟକିବା To be suffocated. (ଯଥା - ବେକରେ ପବନ ଅଡ଼ିବାରୁ ମୁଁ ମୁହଁ ବୁଲାଇ ପାରୁ ନାହିଁ)
- ଅବାଧ୍ୟ ହେବା To become disobedient. (ଯଥା - ମୂଲ କମାଇ ଦେବାରୁ କାରିଗରମାନେ ଅଡ଼ିଛନ୍ତି)
- ଅସନ୍ତୁଷ୍ଟ ହେବା To be displeased. (ଯଥା - ସେ ପୁଅକୁ ବିଲାତ ପଠାଇବାରୁ ତାଙ୍କ ଜାତିଭାଇଯାକ ଅଡ଼ି ବସିଛନ୍ତି)
- ପ୍ରକାଶ୍ୟରେ ବିରୋଧୀ ହେବା To oppose openly.
|
| 1608 |
ଅଡ଼ିଶିଳା |
- Aṟḍ̠iṡilā (ପ୍ରା.ବି./ଆଳି) - ପାଣି ବୁହାଇବା ଯନ୍ତ୍ରର ଧାରଣା କାଠ A cross - beam used as a fulcrum for a water - lifting contrivance.
|
| 1609 |
ଅଡ଼ୁଆ |
- Aṟḍ̠uā (ଦେ.ବିJ.) - ଜଟିଳ; ଗୋଳମାଳିଆ Complicated; complex; confused.
- ଅସଂଯତ; ଅସ୍ତବ୍ୟସ୍ତ; ଇତସ୍ତତଃ ବିକ୍ଷିପ୍ତ (କେଶ) Dishevelled (hair).
- ବିଗିଡ଼ି ଯାଇଥିବା Disordered; out of order.
- ଛନ୍ଦଣିମନ୍ଦଣି ହୋଇଥିବା (କେଶ; ସୂତା) Tangled; confused.
- ଅମୀମାଂସିତ Unsettled.
- ଅଖଞ୍ଜିଆ; ଅସୁବିଧାଜନକ Inconvenient.
- ବିଷମ; ଅଖାଡ଼ୁଆ Queer; awkward.
- ସନ୍ଦେହଜନକ Doubtful; suspicious.
- ଅସାଧିତ (ସମସ୍ୟା) Unsolved (problem).
- ବାଧାଜନକ; ବିଘ୍ନପୂର୍ଣ୍ଣ Full of obstacles.
- (ଦେ.ବି.) - ଅସୁବିଧା; ଅଖଞ୍ଜ Inconvenience.
- ଅସାଧିତ ସମସ୍ୟା Unsolved problem.
- ବିଷମ ସମସ୍ୟା; ପହେଳିକା Dilemma; riddle.
- ଅମୀମାଂସିତ ବିଷୟ Unsettled matter; undecided matter.
- ବିଭ୍ରାଟ; ଜଟିଳତା; ଗୋଳମାଳ Complexity; confusion; complication.
- ଛନ୍ଦଣି ମନ୍ଦଣି ଅବସ୍ଥା Tangled condition; tangle.
- କଳିକଜିଆ; ବିବାଦ Quarrel; dispute.
- ବାଧା; ବିଘ୍ନ Impediment; obstacle.
|
| 1610 |
ଅଡ଼ୁଆତଡ଼ୁଆ |
- Aṟḍ̠uātaṟḍ̠uā (ଦେ.ବିଣ.) - ସହଚର ଶବ୍ଦ ଯୋଜନାଦ୍ୱାରା ବହୁ ଅର୍ଥର ସୂଚନା ବିଶେଷ ଜଟିଳ (ବହୁ) Very complicated or confused (many).
- (ଦେ.ବି.) - ବିଶେଷ ଗୋଳମାଳ Much confusion; a great tangle.
- ବିବାଦ; ବିସମ୍ବାଦ Disputes and dissensions.
- ବିଶେଷ କଳି କଜିଆ Much quarrel.
|