| 1601 |
ଅଡାଳ |
- Aḍāla (ଦେ.ବିଣ.) - ଶାଖାହୀନ Branchless.
|
| 1602 |
ଅଡ଼ାବନ୍ଧ |
Category : [ Measures ]
- (ଦେ.ବି.) - ପାଞ୍ଚ ବା ସାତଶେଣିଆ ଚାଳ ଘରର ଓରାର ଯେଉଁ ଅଂଶ ଦୁଇଟି ଗୁଜ ମଧ୍ୟରେ ଥାଏ The portion of the cross-beam of a thatched house which lies between the two queen-posts. (ମାପ - ଅଡ଼ାବନ୍ଧ ୫ ହାତକୁ ଗୁଜ ୧।୧୬ ହାତ)
|
| 1603 |
ଅଡ଼ି |
- Aṟḍ̠i (ଦେ.ବି.) - ଜିଦି; ହଟ; ଜିଗର Importunity.
- (ଧ୍ୱନ୍ୟର୍ଥକ) ଏଉଡ଼ି; ହାକୁଟି Belching.
- (ଦେ.ବିଣ.) - ଯେଉଁ ଦାନ ପଶାକାଠିରେ ସାଧାରଣତଃ ପଡ଼େ ନାହିଁ (a throw of the dice) Which is very difficult to get. (ଯଥା - ଅଡ଼ିପଟ)
|
| 1604 |
ଅଡିଟ୍ |
- Aḍiṭ (ବୈ.ବି.) - (ଇଂ. ଅଡିଟ୍) ହିସାବ ଆଦିର ତନଖି Audit.
|
| 1605 |
ଅଡ଼ିଟର୍ |
- Aḍiṭar (ବୈ.ବି.) - (ଇଂ. ଅଡିଟର୍) ହିସାବ ତନଖିବାପାଇଁ ନିଯୁକ୍ତ ବ୍ୟକ୍ତି Auditor.
|