| 1596 |
ଅଡ଼ର୍ ବଡ଼ର୍ |
- Aṟḍ̠ar bardar (ଦେ.ବି.) - (ଧ୍ୱନ୍ୟର୍ଥକ) ପ୍ରଳାପ; ବାଉଳଚାଉଳ କଥା; ଅସଂଯତ ଓ ଅସଂବନ୍ଧ ବହୁଜଳ୍ପନା; ଏଣୁତେଣୁ ଗୁଡ଼ାଏ ବକିବା Raving; incoherent talk.
- ଗୋଳମାଳ; ଘୋ ଘା Ado; noise.
- (ଦେ.ବିଣ.) - ବାଉଳଚାଉଳ (ବାଉଳିଚାଉଳି, ବାଉଳାଚାଉଳା); ପ୍ରଳାପ କରୁଥିବା Raving.
- ଗୋଳମାଳ କରୁଥିବା Noisy.
|
| 1597 |
ଅଡ଼ର ବହି |
- Aṟḍ̠ar bahi (ଦେ.ବି.) - ଯେଉଁ ଖାତାରେ ହାକିମମାନେ ସାଧାରଣ ଆଦେଶ ମାନ ଲେଖନ୍ତି Order-book.
|
| 1598 |
ଅଡ଼ା |
- Aṟḍ̠ā (ଦେ.ବି.) - (ସଂ. ଅଟ୍ଟ) ଆଡ୍ଡା; ସବାରିକାନ୍ଧିଆ ବେହେରା ବା ମୂଲିଆମାନେ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ କାମ ପାଇବା ଅପେକ୍ଷାରେ ବସିଥାଆନ୍ତି A stand for palky-bearers or journey men labourers.
- ଶୁଆ ଆଦି ପୋଷା ପକ୍ଷୀ ବସିବା ପାଇଁ ନିର୍ମିତ ବକ୍ର ଲୌହଶଲାକା A perch for domesticated birds.
- ଆଖଡ଼ାଘର; ନୃତ୍ୟଗୀତ ବ୍ୟାୟାମାଦି ଶିଖିବା ସ୍ଥାନ A place where men are trained in singing, music and gymnastics.
- ଶକଟାଦି ରହିବା ସ୍ଥାନ Cart-stand.
- ଅଟେଇ; ଗୋରୁଗାଈ ରହିବା ପାଇଁ ବାଡ଼ ଦିଆଯାଇଥିବା ସ୍ଥାନ An enclosure for cattle.
- ଯେଉଁ ସ୍ଥାନରେ ବିକ୍ରି ହେବା ପାଇଁ ଅନେକଗୁଡ଼ିଏ ଘୋଡ଼ା ରଖା ଯାଇଥାନ୍ତି A stall; a place where a number of horses are kept for sale.
- (ସଂ. ଅର୍ଗଳ) ଅଲଗଡ଼ା; ଆଡ଼କାଠ; କବାଟର କିଳିଣୀ A cross-bar.
- ଉଚ୍ଚ କୋଠରି A high room.
- ଅନିଷ୍ଟ; ରିଷ୍ଟ Evil; mishap.
- (ସଂ. ଅରାଳ) ଘରର ଦୁଇ ପାଖର ଶେଣି ଉପରେ ଆଡ଼ ବାଗରେ ପକାଯିବା ବାଉଁଶ (ଏହି ବାଉଁଶମାନ ପକାଇ ଘରର ଚାଳ ତଳେ ଭାଡ଼ି କରାଯାଏ) Cross-beam laid across the side-beams of a thatched house.
- (ପ୍ରା./ଗଡ଼ଜାତ) - ବନ୍ୟ ପଶୁମାନେ ଦଳ ବାନ୍ଧି ରହିବା ସ୍ଥାନ A place where wild beasts stay in herds.
- (ପ୍ରା./ସମ୍ବଲପୁର) - ଅଲଗୁଣି; ଲୁଗା ଆଦି ରଖିବାପାଇଁ ବ୍ୟବହୃତ ଦୁଇ ମୁଣ୍ଡରେ ଦଉଡ଼ିଦ୍ୱାରା ଉକୁଚା ହୋଇଥିବା ବଂଶଦଣ୍ଡ A pole used as clothes-rack.
- (ପ୍ରା./ଗଞ୍ଜାମ) - ତୋଳା ଓଜନର ଶସ୍ୟ ବା ଦୁଗ୍ଧାଦିର ପରିମାଣ A measure of corn or liquid equal to 64 Tolas. [ 64 ତୋଳା = 1 ଅଡ଼ା, 1 ଅଡ଼ା = 2 ବୋଡ଼ା, 1 ବୋଡ଼ା = 2 ସୋଲା, 1 ସୋଲା =4 ପାଆ, 1 ପାଆ = 2 ଅଦ୍ଧା (ବା ଗିଦ୍ଧା) ]
- (ପ୍ରା./ଗଞ୍ଜାମ) - ତୋଳା ଓଜନର ଶସ୍ୟ ବା ଦୁଗ୍ଧ ଆଦି ମାପିବାର ମାଟି ବା ପିତଳ ପାତ୍ର An earthen or brass pot for measuring corn or liquid.
- (ପ୍ରା./ସିଂହଭୂମ) - (ବି.) - ଟସର ପୋକ ବା ପାଟ ପୋକ ଆବାଦ କରିବା କର୍ମ Sericulture.
- (ପ୍ରା./କେନ୍ଦ୍ରାପଡ଼ା) - (ବି.) - ତଡ଼ା; ମୋଟ ବାଉଁଶ ଯାହା ପଥର ବା କାଠ ଆଦିକୁ ଘୁଞ୍ଚାଇବାରେ ବ୍ୟବହୃତ ହୁଏ A piece of thick bamboo pole used as a lever to move heavy logs or stones.
- (ଦେ.ବିଣ.) - ଯେଉଁ ଘୋଡ଼ା ଅଡ଼େ Jibbing; obstinate (horse).
|
| 1599 |
ଅଡ଼ାଅଡ଼ି |
- Aṟḍ̠āaṟḍ̠i (ଦେ.ବି.) - ପରସ୍ପର ରୁଷାରୁଷି; ତେଢ଼ାତେଢ଼ି; ରଗାରଗି Mutual falling out or quarrelling.
- ପରସ୍ପର ଠେଲାଠେଲି Mutual pushing.
- ବହୁ ପଶୁଙ୍କୁ ଅଡ଼ାଇ ନେବା Act of driving many beasts.
- (ଦେ.ବିଣ.) - ପରସ୍ପର ଠେଲାଠେଲି ହେଉଥିବା Pushing each other.
|
| 1600 |
ଅଡ଼ାଇବା |
Also : [ ହୁରୁଡ଼ାଇବା, ଅଡ଼େଇବା ]
- Aṟḍ̠āibā (ଦେ.କ୍ରି.) - ପଛରେ ରହି ପଶୁମାନଙ୍କୁ ଆଗକୁ ଚାଳିତ କରିବା To drive a beast or beasts from behind.
- ରଥ ବା ଶକଟରେ ଲାଗିଥିବା ଘୋଡ଼ା ଆଦିଙ୍କୁ ଚାଳିତ କରିବା; ହଙ୍କାଇବା To drive a horse as a driver of a vehicle.
- ଶକଟାଦିରେ ଲାଗିଥିବା ପଶୁଙ୍କୁ ଚଳାଇବା ଦ୍ୱାରା ଶକଟକୁ ଏକ ପାଖକୁ ନେବା To take a cart to one side by driving.
- ଗୋରୁ ବାଛୁରି ଆଦିଙ୍କୁ ଜଗିବା To tend cattle etc.
- ପଶୁ ଆଦିଙ୍କୁ କୌଣସି ସ୍ଥାନରୁ ତଡ଼ିଦେବା To drive away cattle from any place.
- ପଶୁପକ୍ଷୀଆଦିଙ୍କୁ କୌଣସି ସ୍ଥାନରୁ ହୁରୁଡ଼ାଇ ଦେବା To scare away birds and beasts.
[ ଦ୍ର ] ଅଡ଼ାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା ଓ ଯିବା କ୍ରିୟା ଲାଗେ । ଯଥା - ଅଡ଼ାଇ ଦେବା, ଅଡ଼ାଇ ଦିଅ, ଅଡ଼ାଇ ଆଣିବା ଇତ୍ୟାଦି।
|