| 1586 |
ଅଡ଼ଙ୍ଗ |
Also : [ ଅଢ଼ଙ୍ଗ, ଅଡଂ ]
- Aṟḍ̠aṅga (ଦେ.ବି.) - ଅଢ଼ଙ୍ଗ; ଛୋଟ ପିଣ୍ଡା A small veranda.
- ଖଣିଜ ଦ୍ରବ୍ୟର ଉତ୍ପତ୍ତି ସ୍ଥାନ ବା ସ୍ତର A vein of mineral.
- (ପ୍ରା.ବି. (ପୁରୀ) - ଲୁଣପୋକ୍ତାନି ହୋଇ ଠୁଳ କରାଯିବା ସ୍ଥାନ; ଆଡ଼ଙ୍ଗ Warehouse or mart where manufactured salt is stored.
- (ପ୍ରା.ବି./ବାଲେଶ୍ବର) -ଲୁଣ ତିଆରି ହେବା କେତେଗୁଡ଼ିଏ ସ୍ଥାନ ସମଷ୍ଟି; ଅଡ଼ଂ A group of places for manufacturing salt.
- (ଦେ.ବିଣ.) - ଅବାଧ୍ୟ; ଅମାନିଆଁ Unruly; impertinent.
- ଅଖାଡ଼ୁଆ Foolhardy; queer.
- ଏକଜିଦିଆ Obstinate.
|
| 1587 |
ଅଡ଼ଙ୍ଗା |
- Aṟḍ̠aṅgā (ଦେ.ବି.) - କଞ୍ଚା ଆମ୍ବକୁ କାଟି ଫାଳ ଫାଳ କରି ତେଲରେ ସିନ୍ତୁଳି ତହିଁରେ ବେଶର ଆଦି ମସଲା ଦେଇ ପ୍ରସ୍ତୁତ କରାଯିବା ଆଚାର A kind of mango pickle.
- (ବୈ.ବି./ଫା) - କଳିକଜିଆ; ତକରାର Quarrel.
- (ଦେ.ବି./ହି) - କର୍ମରେ ବାଧା Obstruction.
- ଅଟକ Restraint.
- (ଦେ.ବିଣ.) - କିଛିଦିନ ରହଣିଆ ହୋଇ ଦୁର୍ଗନ୍ଧଯୁକ୍ତ ଓ ବିସ୍ୱାଦ ହୋଇଥିବା (ବସା ଦହି) Stale (curd); emitting an offensive smell.
|
| 1588 |
ଅଡ଼ଙ୍ଗାବାଜ୍ |
- Aṟḍ̠aṅgābāj (ଦେ.ବିଣ.) - କଜିଆଖୋର୍; କଳିହୁଡ଼ା Quarrelsome.
|
| 1589 |
ଅଡ଼ତ୍ |
- Aṟḍ̠at (ବୈ.ବି.) - ପେଣ୍ଠ; ପଣ୍ୟଦ୍ରବ୍ୟ କ୍ରୟବିକ୍ରୟ ପାଇଁ ରାଜା ଆଦେଶ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନ; ଗଞ୍ଜ; ଆଡ଼ତ୍ An licensed mart for merchandise and goods.
|
| 1590 |
ଅଡ଼ତ୍ଦାର |
Also : [ ଆଡ଼ତିଆ, ଅଡ଼ଦ୍ଦାର୍ ]
- Aṟḍ̠atdār (ବୈ.ବି.) - ଆଡ଼ତିଆ; ଦଣ୍ଡିଦାର; ପେଣ୍ଠରେ ପଣ୍ୟଦ୍ରବ୍ୟ କ୍ରୟ ବିକ୍ରୟ କରାଇ କମିସନ୍ ନେବା ପାଇଁ ନିଯୁକ୍ତ ବ୍ୟକ୍ତି A commission agent for procuring sales and purchases of merchandise.
|